Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଗଛ ମୂଳେ ବସିଥିଲେ, ଆକାଶରୁ ଖସିଲା ଚଡ଼କ

Ritu Das
Browse all articles by Ritu Das
·2 years ago
ବରଗଛ ମୂଳେ ବସିଥିଲେ, ଆକାଶରୁ ଖସିଲା ଚଡ଼କ

ଅର୍ଗସ ବ୍ୟୁରୋ: ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ  ଦେୱାନଡ଼ିହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ  ବରଗଛ ମୂଳରେ ବସି ଖଟି କରୁଥିଲେ । ହେଲେ ହଠାତ ବର୍ଷା ଆସିଥିବା କାରଣରୁ ସେମାନେ ଘରକୁ ଯାଇ ପାରି ନ ଥିଲେ। 

ବଜ୍ରପାତ କାରଣରୁ ତିନିଜଣଙ୍କ  ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ମୃତକ ମାନେ ହେଲେ ସୁଖଦେବ ବନଛୋର, ନିରୋଜ କୁମ୍ଭାର, ଧନୁର୍ଜୟ ନାୟକ ଏବଂ ଆହତ ମାନେ ହେଲେ ମନିରାମ ଲୁହାର ଓ ବୃନ୍ଦା ସାହୁ । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କୁ ଏବେ ପଦ୍ମପୁର ଅଣାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sitting under | Argus News