Beaten to Death Case / ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା: ୬ଜଣଙ୍କୁ ଧରିଲା ପୋଲିସ
·1 day ago·2 min read

Key Points
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା
ବ୍ରିଜ୍ ଉପରେ ଯୁବକଙ୍କୁ ପିଟି ପିଟି ହତ୍ୟା
୬ ଗିରଫ
ବ୍ରିଜ୍ ଉପରେ ଯୁବକଙ୍କୁ ପିଟି ପିଟି ହତ୍ୟା
୬ ଗିରଫ
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ଉପରେ ଯୁବକଙ୍କୁ ପିଟି ପିଟି ହତ୍ୟା । ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଭାଇରାଲ ଭିଡିଓକୁ ଆଧାର କରି ପୋଲିସ ଏକାଧିକ ବ୍ୟକ୍ତିଙ୍କୁ ଉଠାଇ ଆଣି ଜେରା କରୁଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯାଇପାରେ । ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସେହି ଭିଡିଓ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା । ବର୍ତ୍ତମାନ ପୋଲିସ ଏକାଧିକ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯିବାର ସମ୍ଭାବନା ରହିଛି।
ସେପଟେ ଆଜି ମୃତକ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ଶବ ବ୍ୟବଚ୍ଛେଦ କରାଯିବ। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଓ ଆଘାତର ଗୁରୁତର ସମ୍ପର୍କରେ ଅଧିକ ସୂଚନା ମିଳିବ। ଦୁଇ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସୌମ୍ୟ ରଞ୍ଜନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ବ୍ରିଜ୍ ଉପରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି । କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା ଏବଂ ଏଥିରେ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଛାନଭିନ୍ ଚଳାଇଛି । ଥାନା ବାହାରେ ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ହୋହଲ୍ଲା ।
ଏଥିସହ ପଢ଼ନ୍ତୁ: ରାଜଧାନୀ ଉପକଣ୍ଠରେ ଅଭାବନୀୟ ଘଟଣା, ପୋଲିସ୍ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ
ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଲିଅନ୍ତାରେ ବର୍ବରତାର ସବୁ ସୀମା ଟପିଲା । ପୋଲିସ ସାମ୍ନାରେ ଆଇନକୁ ହାତକୁ ନେଇଛନ୍ତି ସ୍ଥାନୀୟ ଲୋକ । ପୋଲିସ୍ ସାମ୍ନାରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ଉପରେ । ଏଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ବ୍ରିଜ୍ ଯାଉଥିବା ୨ ଯୁବତୀଙ୍କୁ ୨ ଜଣ ଯୁବକ ପ୍ରଥମେ ଅସଦାଚରଣ କରିଥିଲେ । ଆଉ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଦୁଇ ଯୁବକଙ୍କ ହାତ ଗୋଡ଼ ବାନ୍ଧି ପୋଲିସ୍ ସାମ୍ନାରେ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକଙ୍କୁ ଥାନାରେ ପୋଲିସ୍ ଅଟକ ରଖିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories