Videos
|
Odisha

ଏମକେସିଜି ମେଡିକାଲରେ ଚାଲିଛି ୬ ଗୁରୁତରଙ୍କ ଚିକିତ୍ସା

Ritu Das
Browse all articles by Ritu Das
·1 year ago·1 min read
ଏମକେସିଜି ମେଡିକାଲରେ ଚାଲିଛି ୬ ଗୁରୁତରଙ୍କ ଚିକିତ୍ସା

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍ଗା ଗାଁରେ ଆମ୍ବ ଟାକୁଆର ଜାଉ ଖାଇ ଦୁଇଜଣଙ୍କ ଜୀବନ ଯାଇଛି । 6 ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । 

ମିଳିଥିବା ସୂଚନା ଅନୁସାରେ ବର୍ଷ ବର୍ଷ ହେଲା  ଆମ୍ବ ଟାକୁଆକୁ ଗୁଣ୍ଡ କରି ସେହି ଚୁନାକୁ କିଛି ଦିନର ବ୍ୟବଧାନରେ ମହିଳା ମାନେ ଜାଉ କରି ଖାଇଥାନ୍ତି। ତିନି ଦିନ ତଳେ  ଆମ୍ବ ଟାକୁଆର ମଇଳା ଅଂଶକୁ ଜାଉ କରି ଆଠ ଜଣ ମହିଳା ମିଶି ଖାଇଥିଲେ । ପରେ ଜଣଙ୍କ ପରେ ଜଣଙ୍କ ଦେହ ଅସୁସ୍ଥ ହେବାରୁ ବ୍ରାହ୍ମଣୀ  ଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ହେୋଇଛି।

ସେପଟେ କେଉଁ ପରିସ୍ଥିତିରେ ଆଦିବାସୀ ପରିବାର ଆମ୍ବ ଟାକୁଆ ଖାଇଲେ ତାହାକୁ ନେଇ ଛାନଭିନ ଆରମ୍ଭ ହୋଇଛି ।  ଘଟଣା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।   ସ୍ବାସ୍ଥ୍ୟ ବିଭାଗର ଏକ ଟିମ କୁ ତଦନ୍ତ ପାଇଁ ମେଡିକାଲ କୁ ପଠାଯାଇଥିବା ବେଳେ ଦୁଇ ମୃତକଙ୍କ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି 

୨୦୦୧ ରେ ରାୟଗଡାର କାଶୀପୁର ଅଞ୍ଚଳରେ ଆମ୍ବ ଟାକୁଆ ଖାଇ ୨୪ ଜଣ ମୃତ୍ୟୁ ବରଣ କରିଥିଲେ । ଏହାର ୧୫ ବର୍ଷ ପରେ 2016 ରେ ସେହି ଅଞ୍ଚଳରେ ଜଣେ ଶିଶୁର ମୃତ୍ୟୁ ଆମ୍ବ ଟାକୁଆ ଖାଇ ହୋଇଥିବା ଜଣାପଡିଥିଲା । ତେବେ ସରକାରୀ ସୁବିଧା ପାଇ ବି ପିଢ଼ି ପିଢ଼ି ଧରି ଖାଉଥିବା ଟାକୁଆ ମୋହ ଯୋଗୁଁ ଆଦିବାସୀ ଙ୍କ ଜୀବନ ଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Six critical | Argus News