Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ 

Manini Pattanayak
Browse all articles by Manini Pattanayak
·1 year ago
ଏନକାଉଣ୍ଟରରେ  ଟଳିଲେ ୬ ମାଓବାଦୀ 

ଭୁବନେଶ୍ୱର:  ଭୁଶୁଡୁଛି ମାଓ ଗଡ଼। ତେଲେଙ୍ଗାନାରେ ଏନକାଉଣ୍ଟରରେ ଛଅ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କୋଥାଗୁଡେମ୍ ଅଂଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇଁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏନକାଉଣ୍ଟରରେ ୬ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

ଏଥିସହ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରେହାଉଣ୍ଡ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଞ୍ଚଳମ୍ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁ ବରଣ କରିଥିବା ସମସ୍ତ ମାଓବାଦୀ ଲାଛନ୍ନା ଦଲମ୍ ର ସଦସ୍ୟ ଥିବା ସୂଚନା ମିଳିଥିବା ବେଳେ ମାଓ ସଂଗଠନର ଅନେକ ବରିଷ୍ଠ ସଦସ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Six Maoists killed in Karakagudem encounter in Telangana | Argus News