ବଣ ଭିତରୁ ନର କଙ୍କାଳ ଉଦ୍ଧାର
·2 years ago

ଅର୍ଗସ ବ୍ୟୁରୋ : ଭଦ୍ରକ ଚାନ୍ଦବାଲି ରାସ୍ତାର RMC ମାର୍କେଟ ରାସ୍ତା କଡ ବଣରୁ ମଣିଷର ନରକଙ୍କାଳ ଉଦ୍ଧାର। ଆଜି ସକାଳୁ କିଛି ଲୋକ ସେହି ଵଣକୁ ସଫା କରୁଥିବା ବେଳେ ସେଠାରେ ମଣିଷର ନରକଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଛି। ସେଠାରୁ ସାଇଣ୍ଟିଫିକ ଟିମ ମଣିଷର ନରକଙ୍କାଳ, ଗୋଟିଏ ବ୍ୟାଗ, ପ୍ୟାଣ୍ଟ ସାର୍ଟ ଓ ଚପଲ ଉଦ୍ଧାର କରିଛି।
ନରକଙ୍କାଳ ପଡିଥିବା ନିକଟରେ ଗଛରେ ଏକ ଦଉଡି ଲାଗିଥିବାର ଦେଖିବାକୁ ପାଇଥିଲା ପୁରୁଣା ବଜାର ପୋଲିସ। ତେବେ ପୁରୁଣାବଜାର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: