Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଚର୍ଚ୍ଚାରେ ବିଜେଡିର ପାୱାରଫୁଲ୍ ନେତା

Odisha

ପୁଣି ଚର୍ଚ୍ଚାରେ ବିଜେଡିର ପାୱାରଫୁଲ୍ ନେତା

Smruti Parija
Browse all articles by Smruti Parija
·1 year ago·2 min read
ପୁଣି ଚର୍ଚ୍ଚାରେ ବିଜେଡିର ପାୱାରଫୁଲ୍ ନେତା

Key Points

  • ପୁଣି ତାଜା ହେଲା ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲା
  • ନ୍ୟାୟ ପାଇଁ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ପରିବାର ପକ୍ଷରୁ ଗୁହାରି
  • କୋର୍ଟର ଦ୍ବାରସ୍ତ ହେଲେ ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ମୃତ ସ୍ମିତାରାଣୀଙ୍କ ସ୍ବାମୀ
  • ଏବେବି ରହସ୍ୟ ଘେରରେ ସ୍ମିତାରାଣୀଙ୍କ ମୃତ୍ୟୁ
  • ଆଉ ଏବେବି ମନେ ପକାଇଦେଉଛି ଧର୍ମଶାଳାର ରଙ୍ଗଶାଳା
  • ପୁଣି ଚର୍ଚ୍ଚାରେ ବିଜେଡିର ପାୱାରଫୁଲ ନେତା
  • ସାଧାରଣରେ ଚର୍ଚ୍ଚା, ଖୋଲିବ କି ସ୍ମିତାରାଣୀ ବିଶ୍ବାଳ ରହସ୍ୟଜନକ ମୃତ୍ୟର ରହସ୍ୟ ?

ଅର୍ଗସ ବ୍ୟୁରୋ: ୨୦୧୯ ସେପ୍ଟେମ୍ବର ୧୬ ତାରିଖ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ତଗତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସାମ୍ନାକୁ ଆସିଥିଲା ବିଜେଡି ସରକାରରେ ଥିବା ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରାଙ୍କ ସଂପୃକ୍ତି । ଆଉ ତାହା ସହ ସେତେବେଳର ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଅନେକ ନେତାଙ୍କ ସମ୍ପୃକ୍ତି ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଠି ହୋଇଥିଲା ।

ଆଉ ପ୍ରଣବଙ୍କ ଖାସ୍ ସହଯୋଗୀ ରୂପେଶଙ୍କୁ ପ୍ରଣବ ବଳବନ୍ତରାୟ ଘଣ୍ଟ ଘୋଡାଉଥିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ତେବେ ସେତେବେଳେର ଘଟଣା ଉପରେ ପ୍ରକୃତ ସତ୍ୟ ପଦାକୁ ଆସିନଥିବା ବେଳେ ଏବେ ସ୍ଵାମୀଙ୍କ କୋର୍ଟଙ୍କ ଦ୍ବାରସ୍ତ ସ୍ମିତାରାଣୀ ଫାଇଲ ଖୋଲିବ କି ନାହିଁ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସ୍ମିତାରାଣି ହତ୍ୟା ଘଟଣାକୁ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବେଳେ ନ୍ୟାୟ ଅପେକ୍ଷାରେ ଥିବା ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବାରମ୍ବାର ସ୍ଵାମୀ ସୁଶିଲ ବିଶ୍ଵାଳ ଧର୍ମଶାଳା ବିଡିଓଙ୍କୁ ସ୍ମିତାରାଣୀଙ୍କ ମୃତ୍ୟୁପରେ ସରକାରୀ ଅନୁଦାନ ପାଇବା ପାଇଁ ଦୌଡି ଦୌଡି ନୟାନ୍ତ ହେବାପରେ କେହି ବି କର୍ଣ୍ଣପାତ କଲେ ନାହଁ। ତେଣୁ ନିଜ ଝିଅର ହକ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ସ୍ବାମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିଲା ଚର୍ଚ୍ଚିତ ରଙ୍ଗଶାଳା । ଆଉ ସେତେବେଳେ ମୃତକଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ରାସ୍ତାକୁ ଓହ୍ଲାଇଥିଲେ ଖୋଦ୍ ସେତେବେଳର  ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ  ଘଟଣାକୁ ଦୀର୍ଘ ୫ ବର୍ଷ ବିତିଥିବା ବେଳେ ସ୍ୱାମୀଙ୍କ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପୁଣିଥରେ ସ୍ମିତାରାଣି ହତ୍ୟା ଘଟଣାର ଫାଇଲ ରି-ଓପନ୍ ହେବ କି ଏହା ଉପରେ ପ୍ରଶ୍ନ ଉଠାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
smitarani-murder-case-file-reopen | Argus News