Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲିଯାତ୍ରାରେ ବିସ୍କୁଟ ଖାଇଲେ ବାହାରୁଛି ଧୂଆଁ

Odisha

ବାଲିଯାତ୍ରାରେ ବିସ୍କୁଟ ଖାଇଲେ ବାହାରୁଛି ଧୂଆଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବାଲିଯାତ୍ରାରେ ବିସ୍କୁଟ ଖାଇଲେ ବାହାରୁଛି ଧୂଆଁ

ଅର୍ଗସ ବ୍ୟୁରୋ:  ବିସ୍କୁଟ ଖାଇଲେ ପାଟିରୁ ବାହାରୁଛି ଧୁଆଁ। ଗୋଟିଏ ଖଣ୍ଡ ବିସ୍କୁଟ ଖାଉ ଖାଉ ପାଟିରୁ ମେଞ୍ଚା ମେଞ୍ଚା ଧୂଆଁ ବାହାରୁଛି। ଯାହାକୁ ଖାଇବା ପାଇଁ ହେଉ ଅବା ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମୁଛି। ଏହା ଦେଖିବାକୁ ମିଳିଛି ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ। ଜମୁଛି ଐତିହାସିକ ବାଲିଯାତ୍ରା। ସକାଳୁ ସଞ୍ଜ ଯାଏଁ ଲାଗୁଛି ପ୍ରବଳ ଭିଡ। ରାଜ୍ୟ ତଥା ଦେଶର ବିଭିନ୍ନ କୋଣରୁ ବି ଆସୁଛନ୍ତି ଦର୍ଶକ। ସେପଟେ ମହାନଦୀର ନୀଳ ଜଳରାଶିରେ ଓ୍ୱାଟର ସ୍ପୋର୍ଟ୍ସର ମଜା ସହିତ ମହାନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ। ଐତିହାସିକ ବାଲିଯାତ୍ରାର ମେଳା ବୁଲା ସହ କିଣାବିକାର ଚାଲିଛି ପର୍ବ। ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ। ଚଳିତ ବର୍ଷ ୧୫୦୦ରୁ ଅଧିକ ଫୁଡ ଷ୍ଟଲ ପଡିଛି।  ଏ ସବୁ ଭିତରେ ମନ ମୋହୁଛି ସ୍ମୋକ ବିସ୍କୁଟ। 

ଐତିହାସିକ କଟକ ବାଲିଯାତ୍ରାର ଏକ ବିଶେଷ ଆକର୍ଷଣ ପାଲଟିଛି ସ୍ମୋକ ବିସ୍କୁଟ । ବାଲିଯାତ୍ରା ବୁଲାବୁଲି ଭିତରେ ଏହି ନିଆରା ବିସ୍କୁଟର ମଜା ଉଠାଉଛନ୍ତି ଦର୍ଶକ । ପ୍ରତ୍ୟେକ ଗ୍ଲାସ ବିସ୍କୁଟ ଦର 50 ଟଙ୍କା ରହିଥିବାବେଳେ ଏଥିରେ ମିଳୁଛି ଭଳିକି ଭଳି ଫ୍ଲେଭର । ଏହି ସ୍କୋକ ବିସ୍କୁଟ ପ୍ରସ୍ତୁତ ପାଇଁ ୱାଫର, ବ୍ରଷ୍ଟ, ବିସ୍କୁଟକୁ ବ୍ୟବହାର କରାଯାଇ ସେଥିରେ ଲିକ୍ୟୁଇଡ଼ ନାଇଟ୍ରୋଜେନକୁ ମିଶ୍ରଣ କରାଯାଉଛି । ଆଉ ଯାହା ମିଶିବା ପରେ ସେଥିରୁ ଧୂଆଁ ବାହାରୁଛି। ଏହାକୁ ଖାଇବା ପାଇଁ ଷ୍ଟଲ ପାଖରେ ଲୋକଙ୍କ ପ୍ରବଳ ଭିଡ। ପୁଣି କିଏ କିଏ ତ ଭିଡିଓ କରି ତାକୁ ସୋସିଆଲ ମିଡିଆରେ ଛାଡୁଛନ୍ତି। ଯାହା ଖୁବ ଭାଇରାଲ ହେଉଛି। ତେବେ ଚଳିତ ବର୍ଷ ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus Whatsapp Channel Mobile Top
Sponsored
Smoke Biscuits Big Attraction At Cuttack Bali Yatra | Argus News