Videos
|
Odisha

ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ, ପ୍ରଶାସନ ନିଘୋଡ଼ ନିଦ୍ରାରେ

Banajyotshna Ray
Browse all articles by Banajyotshna Ray
·2 years ago
ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ, ପ୍ରଶାସନ ନିଘୋଡ଼ ନିଦ୍ରାରେ

ଅର୍ଗସ ବ୍ୟୁରୋ:  ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ। ପ୍ରଶାସନ ନିଘୋଡ଼ ନିଦ୍ରାରେ। ପ୍ରତ୍ୟେକ ଦିନ ମୟୁରଭଞ୍ଜ, କେନ୍ଦୁଝର ସୀମାନ୍ତ ଚଢେଇଭୋଳ ଏବଂ ତୁରମୁଙ୍ଗା ଦେଇ ବୋହିଯାଇଥିବା ବୈତରଣୀ ନଦୀର ମହାଦେବ ଦେଉଳି ନିକଟ କୁଆଁରୀ,  ତୁରମୁଙ୍ଗା ଅଞ୍ଚଳର ତ୍ରିବିନ୍ଦାରୁ ସହ ସହ ଟ୍ରିପ ବାଲି ପ୍ରତେକ ଦିନ ଚୋରା ଚାଲାଣ ହେଉଛି।କେନ୍ଦୁଝର ଅଞ୍ଚଳର ବାଲି ମାଫିଆ ପ୍ରତ୍ୟେକ ଦିନ ମୟୁରଭଞ୍ଜ କରଞ୍ଜିଆ ତହସିଲ ଅଂଚଳ ଦେଇ  ନଦୀ ଭିତରେ ଡ଼ଙ୍ଗା ପକାଇ ଟ୍ରାକ୍ଟର, ହାଇବା ଗୁଡିକରେ ସହ ସହ ଟ୍ରିପ ବାଲି ଚୋରା ରେ ନେଇ କେନ୍ଦୁଝର ଅଞ୍ଚଳକୁ ରପ୍ତାନି କରୁଥିବା ଅଭିଯୋଗ ହେଉଛି।

କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଥିବା ବେଳେ ମୟୁରଭଞ୍ଜ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ବେଳେ, କେନ୍ଦୁଝର ପ୍ରଶାସନର ମଧୁଚନ୍ଦ୍ରିକା ରେ ବାଲିମାଫିଆ, ପ୍ରଶାସନ ଆଖିପୁଟୁଳା ବାନ୍ଧି ବସିରହିଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Smuggling in mayurbhanj | Argus News