Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରୁ ଆନ୍ଧ୍ର ବେଧଡ଼କ ଚାଲିଛି ଚୋରା ଗଞ୍ଜେଇ ଚାଲାଣ

Jitendra Dash
Browse all articles by Jitendra Dash
·2 years ago·2 min read
ଓଡ଼ିଶାରୁ ଆନ୍ଧ୍ର ବେଧଡ଼କ ଚାଲିଛି ଚୋରା ଗଞ୍ଜେଇ ଚାଲାଣ

ଅର୍ଗସ ବ୍ୟୁରୋ : ନା ହେଉଛି ଚଢ଼ାଉ, ନା ଧରାପଡୁଛନ୍ତି ନିଶା ମାଫିଆ । ବିନା ଯାଞ୍ଚ ଓ ତଲାସୀରେ କୋରାପୁଟ ସୀମାନ୍ତରୁ ବେଧଡ଼କ ଆନ୍ଧ୍ରକୁ ଟ୍ରିପ୍ ଟ୍ରିପ୍ ଗଞ୍ଜେଇ ଚାଲାଣ ହେଉଥିଲେବି ହାତ ବାନ୍ଧି ବସିଛି ଓଡ଼ିଶା ପୋଲିସ । ସେପଟେ ଆନ୍ଧ୍ରରେ ବାରମ୍ବାର ଓଡ଼ିଶା ନିଶା ବେପାରୀ ଧରାପଡ଼ୁଛନ୍ତି । ଆନ୍ଧ୍ର ଆଲ୍ଲୁରୀ ସିତାରାମ ରାଜୁ ଜିଲ୍ଲା ପୋଲିସର ଦାବି ଅନୁସାରେ, ଆନ୍ଧ୍ରକୁ ଆସୁଥିବା ମୋଟ ଗଞ୍ଜେଇର ୮୧ ପ୍ରତିଶତ କେବଳ କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ଆସୁଛି । ୨୫୯ଟି ମାମଲାରୁ ୨୦୯ଟି ମାମଲାରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ମାଫିଆ ଗିରଫ ହୋଇଛନ୍ତି । ଯାହା ରାଜ୍ୟ ଅବକାରୀ ବିଭାଗକୁ ପ୍ରଶ୍ନଘେରକୁ ଟାଣିଛି । 

୨୦୧୮ରେ କୋରାପୁଟ ଜିଲ୍ଲାରେ ‘ଅପରେସନ କ୍ଲିନ’ ନାମରେ ଗଞ୍ଜେଇ ଚୋରା ଚାଲାଣକୁ ରୋକିବାକୁ ଏକ ଟିମ ଗଠନ କରାଯାଇଥିଲା । ଦୃଷ୍ଟାନ୍ତମୂଳକ ପଦକ୍ଷେପ ଓ ବାରମ୍ବାର ଚଢ଼ାଉ ଦ୍ବାରା ଗଞ୍ଜେଇ ଚୋରା ଚାଲାଣ ରୋକି ରାଜ୍ୟ ପୋଲିସ ମୁଖିଆଙ୍କ ଦ୍ବାରା ପୁରସ୍କୃତ ହୋଇଥିଲା ଜିଲ୍ଲା ପୋଲିସ । ତତ୍କାଳୀନ ଏସପି ଓ କୋର ଟିମ୍‌ର ବଦଳି ପରେ ଅଭିଯାନ ବନ୍ଦ ହୋଇଥିଲା । ଫଳରେ ପୁଣି ସକ୍ରିୟ ହୋଇଥିଲେ ଗଞ୍ଜେଇ ଚୋରା ଚାଲାଣକାରୀ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ କୋରାପୁଟ ଜିଲ୍ଲାର ଗତ ୫ ବର୍ଷରେ ଜବତ ହୋଇଥିବା ୧ ଲକ୍ଷ ୬୩ ହଜାର ୩୦୦ କେଜି ଗଞ୍ଜେଇ ଏବେବି ୨୩ଟି ଥାନାରେ ପଡ଼ି ରହିଛି । କିନ୍ତୁ ଚୋରା ଚାଲାଣ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ରାଜ୍ୟ ପୋଲିସ ଓ ଅବକାରୀ ବିଭାଗ । ସାରା ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଫେଲ୍ ମାରିଛି । ଉପକୂଳରୁ ଉପାନ୍ତ ସବୁଠି ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ । ରାଜ୍ୟ ବାହାରକୁ ଲମ୍ବିଛି ଗଞ୍ଜେଇ ଚାଲାଣର ଚେର । 

ରିପୋର୍ଟ ଅନୁସାରେ ସ୍ପେଶାଲ ଟାସ୍କ ଫୋର୍ସ ୨୦୨୩ରେ ୪୫୬ କେଜି ଗଞ୍ଜେଇ ଜବତ କରିଥିଲା । ମୋଟ ୪୧ଟି ମାମଲାରେ ୭୫ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ । ଗଞ୍ଜେଇ ଚାଲାଣରେ ଗତବର୍ଷ ଫିରିଙ୍ଗିଆ ପୋଲିସର ସଂପୃକ୍ତି ନେଇ ଥାନାରେ ନିଆଁ ଲଗାଇ ଦେଇଥିଲେ ଲୋକେ । ୨୦୨୦ରେ ଗଞ୍ଜେଇ ଚାଲାଣ ଘଟଣାରେ ଫିରିଙ୍ଗିଆ ଥାନାରେ ଦୁଇ କନେଷ୍ଟବଳ ଗିରଫ ହୋଇଥିଲେ । ୨୦୧୪ରେ ମଧ୍ୟ ୨ ଜଣ ଏଏସଆଇ ଓ ଦୁଇଜଣ କନେଷ୍ଟବଳ ଗିରଫ ହୋଇଥିଲେ । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣରେ କେବେ ରୋକ ଲାଗୁଛି । ମାଫିଆ ଓ ସାହାଯ୍ୟକାରୀ ପୋଲିସ ବିରୋଧରେ କେବେ ହେବ ଆକ୍ସନ ? ତାହା ହେଖିବାକୁ ରହିଲା...  

Sponsored
Smuggling of Ganja from Odisha to Andhra is going on | Argus News