ବୃଦ୍ଧି ପାଉଛି ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ
·1 year ago

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ l ମାଫିଆ ମାନେ ଦିନରାତି ବେଧଡକ ଭାବେ ଲଘୁ ଖଣିଜ ଚୋରା ଚାଲାଣ କରୁଥିବା ବେଳେ ରାଜସ୍ବ ହରାଉଛନ୍ତି ସରକାର l
ଆସିକା ଅଞ୍ଚଳରେ ଋଷିକୂଲ୍ୟା ଓ ବଡ଼ନଦୀରୁ ବିନା ଟେଣ୍ଡରରେ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ଏହାର ପର୍ଦ୍ଦାଫାଶ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ l ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ଗ୍ରାମ ନିକଟ ବାଲିଘାଟରୁ ଚାରୋଟି ହାଇଓ୍ବାରେ ବାଲି ଚାଲାଣ ହେଉଥିବା ଦେଖି ସେମାନଙ୍କୁ ଅଟକାଇ କାଗଜ ପାତ୍ର ଯାଞ୍ଚ କରିଥିଲେ l ବିନା ଟେଣ୍ଡର ରେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ଏହା ଉପରେ ରୋକ ଲଗାଇବା ସହ ମାଫିଆଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସୋରଡ଼ା ବିଧାୟକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: