Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Food Safety / ଭୋଜି ବେଳେ ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ

Rashmita Mishra
Browse all articles by Rashmita Mishra
·3 months ago·1 min read
ଭୋଜି ବେଳେ ଡାଲମାରୁ ବାହାରିଲା ବିଷାକ୍ତ ସାପ, ୪୦ ଅସୁସ୍ଥ
Food Safety

Key Points

ଡାଲମାରେ ସାପ, ୪୦ ଅସୁସ୍ଥ
ଡାଲମାରୁ ବାହାରିଲା ସାପ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ ଅଘଟଣ
ଭାଗବତ ସପ୍ତାହ ପାଇଁ ଭୋଜି ବେଳେ ଡାଲମାରୁ ବାହାରିଲା ବିଷାକ୍ତ ସାପ

ଡାଲମାରେ ସାପ, ୪୦ ଅସୁସ୍ଥ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ l ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ ଭାଗବତ ସପ୍ତାହ ଅଵସରରେ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ରନ୍ଧା ହୋଇଥିଲା ଖାଦ୍ୟ l

ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇଥିଲେ । ତା'ପୂର୍ବରୁ ଅନ୍ୟ କିଛି ଲୋକ ସେ ଡାଲମା ଖାଇବା ପରେ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲେରେ ଦେଖିବାକୁ ମିଳିଛି ଲମ୍ବା ଲାଇନ ।

ଏଥିସହ ପଢ଼ନ୍ତୁ:  ଚାଉଳରୁ ଅଟା, ତେଲରୁ ଛତୁଆ; ପଢ଼ନ୍ତୁ କେଉଁ ଜିଲ୍ଲାରେ କେଉଁ ଖାଦ୍ୟ ଅପମିଶ୍ରିତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food Safety | Snake Found in Dalma at Feast, 40 Fall Ill | Argus News