Odisha Flood Snakebite / ବନ୍ୟା ଭିତରେ ସାପ ଭୟ, ୨ ମାସରେ ସାପ କାମୁଡାର ଶିକାର ହେଲେଣି ୨୪୨ ଜଣ
·2 weeks ago·2 min read

Key Points
ମାଡ଼ି ଆସିଛି ଉଛୁଳା ନଦୀ ଜଳ
ଭାସି ଆସୁଛନ୍ତି ମାଳ ମାଳ ସାପ
ଦୁଇ ମାସରେ ସାପ କାମୁଡାର ଶିକାର ହେଲେଣି ୨୪୨ ଜଣ

ବନ୍ୟା ଭିତରେ ଘାରିଛି ସାପ ଭୟ । ଗତ କିଛି ଦିନ ଭିତରେ ସାପ କାମୁଡାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଯଦି ୨ ମାସର ହିସାବ ଦେଖାଯାଏ ତେବେ ସାପ ଚୋଟର ଶିକାର ହେଲେଣି ୨୪୨ ଜଣ । ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଟିକିଏ ଅସାବଧାନତା କାରଣରୁ ଲୋକଙ୍କ ମୃତ୍ୟୁ ହେଉଛି । ଏବେ ଲୋକଙ୍କୁ ସତର୍କ କରି ସାପ ଧରୁଛି ସ୍ନେକ ହେଲ୍ପଲାଇନ ।
ମାଡ଼ି ଆସିଛି ଉଛୁଳା ନଦୀ ଜଳ । ଆଉ ନଦୀ ଜଳରେ ଭାସି ଆସୁଛନ୍ତି ମାଳ ମାଳ ସାପ । ଘରେ ପଶୁଛନ୍ତି, ଶୋଇଥିବା ବେଳେ ଲୋକଙ୍କୁ କାମୁଡୁଛନ୍ତି । ଯାଜପୁରର ଦଶରଥପୁରରେ ଚାରି ଆଡ଼େ ମାଳ ମାଳ ବିଷଧର ସାପ । ନାଗ, ରଣା, ଗୋଖର, ତମ୍ପ ଭଳି ସାପ ଦେଖି ଲୋକ ବି ଭୟଭୀତ । ଲୋକଙ୍କୁ ସତର୍କ କରି ସାପ ଧରୁଛି ସ୍ନେକ ହେଲ୍ପ ଲାଇନ ।
ତେବେ ବନ୍ୟା ମଧ୍ୟରେ ସାପ କାମୁଡ଼ି ବୃଦ୍ଧି ପାଉଥିବା ବେଳେ ଏନେଇ ବିଶେଷଜ୍ଞ କିଛି ପରାମର୍ଶ ଦେଇଛନ୍ତି...
ବନ୍ୟା ପାଣି କମିବା ପରେ ରାତିରେ ଘରକୁ ଯାଆନ୍ତୁ ନାହିଁ
ପାଖରେ ସବୁ ବେଳେ ଲମ୍ବା ବାଡ଼ି ରଖନ୍ତୁ
ଘରକୁ ଫିନାଇଲ ଓ ବ୍ଲିଚିଙ୍ଗରେ ସଫା ରଖନ୍ତୁ
ସାପକୁ ବାଡ଼େଇଲେ ଦୂରରେ ଫିଙ୍ଗନ୍ତୁ ନ ହେଲେ ନଦୀରେ ଭସେଇ ଦିଅନ୍ତୁ
ସରକାରୀ ତଥ୍ୟ କହୁଛି ଗତ ଦୁଇ ମାସରେ ବନ୍ୟା ପ୍ରପୀଡ଼ିତ ୮ ଜିଲ୍ଲାରୁ ୨୪୨ ସାପ କାମୁଡା ମାମଲା ସାମ୍ନାକୁ ଆସିଲାଣି । ସବୁଠୁ ଅଧିକ ଭଦ୍ରକରେ ୭୦ଟି, ଯାଜପୁରରେ ୫୭ଟି ଓ ଜଗତସିଂହପୁରରେ ୫୬ଟି ସାପ କାମୁଡା ମାମଲା ସାମ୍ନାକୁ ଆସିଛି । ଗତ କିଛି ଦିନରେ ସାପ କାମୁଡା ଯୋଗୁଁ ପ୍ରାୟ ୧୦ରୁ ଅଧିକ ଜୀବନ ଗଲାଣି । ଏଭଳି ସ୍ଥିତିରେ ସାମାନ୍ୟ ଅସାବଧାନତା ଆପଣଙ୍କ ଜୀବନ ନେଇ ପରେ । ସାପ କାମୁଡ଼ିଲେ ଗୁଣି ଗାରେଡ଼ି ନ କରି ତୁରନ୍ତ ହସ୍ପିଟାଲ ଯାଇ ଚିକିତ୍ସା କରିବାକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଧାନସଭା ତଥ୍ୟ କହୁଛି ୨୦୨୩ ରୁ ୨୦୨୫ ମଧ୍ୟରେ ୨୧୧୮ ଜଣଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି । ସାପ କାମୁଡା ପାଇଁ ସରକାର ଏବେ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଦେଉଥିବା ବେଳେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ ଲକ୍ଷ ଟଙ୍କାକୁ ଏହି ରାଶି ବୃଦ୍ଧି କରିବାକୁ ଦାବି ଉଠିଛି ।
Related Topics
Explore more stories