Deba Snana Purnima / ରତ୍ନ ସିଂହାସନରେ କାଲିଠୁ ପୂଜା ପାଇବେ ପଟି ଦିଅଁ; ଜ୍ଵରରେ ପଡ଼ି ଅଣସର ଘରେ ରହିବେ ଚତୁର୍ଦ୍ଧା ମୂରତି
·2 months ago·2 min read

Key Points
ଦେବସ୍ନାନ ପୂର୍ଣ୍ଣିମାରେ ପବିତ୍ର ସ୍ନାନ ଲୀଳା କଲେ ମହାପ୍ରଭୁ
ଶ୍ରୀଜିଉଙ୍କୁ ସ୍ନାନବେଦୀରେ ଦର୍ଶନ କରି ବଡ଼ଦାଣ୍ଡରେ ଉଛୁଳିଲା ଭକ୍ତି
୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ପରେ ଗଜାନନ ବେଶ

ପୁରୀ: ପ୍ରତିଦିନ ରତ୍ନ ସିଂହାସନରେ ବିମ୍ବସ୍ନାନ କରୁଥିବା ମହାପ୍ରଭୁ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ବେଦୀରେ କରିଛନ୍ତି ଦିବ୍ୟ ସ୍ନାନ ଲୀଳା । ମହାବାହୁଙ୍କର ଏହି ଦୁର୍ଲଭ ଲୀଳା ଦର୍ଶନ କରିବାକୁ ବଡ଼ଦାଣ୍ଡ ହୋଇଛି ଲୋକାରଣ୍ୟ । ଘୋଷଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ଜନସମୁଦ୍ର ପାଲଟିଛି ପୁରୀ । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ।
ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟା ୫ରେ ମଙ୍ଗଳାର୍ପଣ ଶେଷ ସହ ଆରମ୍ଭ ହୋଇଥିଲା ଦେବସ୍ନାନ ପୂର୍ଣ୍ଣିମାର ସ୍ଵତନ୍ତ୍ର ରୀତିନୀତି । ଭୋର ୫ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧା ମୂର୍ତ୍ତି । ଧାଡ଼ି ପହଣ୍ଡିରେ ପ୍ରଥମେ ଆସିଥିଲେ ଚକ୍ରରାଜ ସୁଦର୍ଶନ । ପରେ ପରେ ବଡ଼ଠାକୁର ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଅଣାଯାଇଥିଲା । ଶେଷରେ ଝୁଲି ଝୁଲି ସ୍ନାନ ବେଦୀକୁ ବିଜେ କରିଥିଲେ କାଳିଆ ସାଆନ୍ତ ।
ଏଥିସହ ପଢ଼ନ୍ତୁ: ମହାବାହୁଙ୍କୁ ସ୍ନାନବେଦୀରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସକାଳ ୭ଟା ୨୫ରେ ଶେଷ ହୋଇଥିଲା ପହଣ୍ଡି । ବିଭିନ୍ନ ନୀତିକାନ୍ ପରେ ସେବାୟତମାନେ ଆଣିଥିବା ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କୁ ୩୫ଗରା, ବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ଗରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାପ୍ରଭୁଙ୍କ ସ୍ନାନ ସରିବା ପରେ ତାମଯାନରେ ଆସି ପହଞ୍ଚିଥିଲେ ଶ୍ରୀଜିଉଙ୍କ ଆଦ୍ୟସେବକ ଗଜପତି ମହାରାଜ । ଅପରାହ୍ଣ ୩ଟା ସୁଦ୍ଧା ଛେରାପହଁରା କରାଯିବା ପରେ ପୁଷ୍ପାଳକ, ସିଂହାରୀ, ମେକାପ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରିଥିଲେ ସେବାୟତ ।
ଦୁର୍ଲଭ ହାତୀ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ଆଖିରୁ ଝରିଛି ଖୁସିର ଲୁହ । ଭାବ ବିହ୍ଵଳ ହୋଇ ଭୁଲିଛନ୍ତି ସଂସାରର ସମସ୍ତ ଦୁଃଖ କଷ୍ଟ । ଘଣ୍ଟ ଘଣ୍ଟା ଆଉ ମୃଦଙ୍ଗର ମୂର୍ଚ୍ଛନା । ଜୟ ଜଗନ୍ନାଥ ଧ୍ବନି, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ ।
ସ୍ନାନବେଦୀ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ଓଡ଼ିଶାର ପ୍ରଗତି ଓ ଉନ୍ନତି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କ ସ୍ନାନ ଲୀଳାର ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀନଅର ଯାଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ବଡ଼ଦାଣ୍ଡରେ ରଥଖଳାକୁ ଯାଇ ରୂପକାର ସେବାୟତଙ୍କ ସହ କଥା ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ନା ଘଣ୍ଟଘଣ୍ଟା ବାଜିବ ନା ଶଙ୍ଖ ବାଜିବ: ଆଜିଠୁ ପୁରୀ ଜଗନ୍ନାଥ ମନ୍ଦିର ରହିବ ଶୂନଶାନ୍
ଭକ୍ତଙ୍କ ସୁରକ୍ଷା ପାଇଁ ୫୫୦ ଅଗ୍ନିଶମ କର୍ମଚାରୀ ଓ ୫୦ ସିଭିଲ ଡିଫେନ୍ସ ଯୁବକ ଯୁବତୀ ନିୟୋଜିତ ହୋଇଥିଲେ । ୮ଟି ସ୍ପେସିଆଲ ରେସ୍କ୍ୟୁ ଟିମ୍ ପ୍ରସ୍ତୁତ ରହିଥିବା ବେଳେ ଭିଡ଼ ଭିତରେ କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ଅକ୍ସିଜେନ କଣ୍ଟେନର ସହ ପ୍ରସ୍ତୁତ ରହିଥିଲା ଅଗ୍ନିଶମ ବାହିନୀ ।
ସ୍ନାନ ମଣ୍ଡପରେ ଅତ୍ୟଧିକ ସ୍ନାନ ଯୋଗୁ ଆସନ୍ତାକାଲି ଠାରୁ ଜ୍ବରରେ ପୀଡ଼ିତ ହେବେ ଚତୁର୍ଦ୍ଧା ମୂରତି । ଅଣସର ଘରକୁ ବିଜେ କରିବା ସହ କାଲିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ଗୁପ୍ତସେବା । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ଆଉ ଅଲାରନାଥରେ ଲାଗିବ ଭକ୍ତଙ୍କ ଭିଡ଼ ।

Related Topics
Explore more stories