ନିଜ ଆଲିସାନ୍ ବାସଗୃହକୁ ରାସ୍ତା ତିଆରି ପାଇଁ ବେଆଇନ କାମ

Key Points
- ବିବାଦରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ
- ନିଜ ଆଲିସାନ୍ ବାସଗୃହକୁ ରାସ୍ତା ତିଆରି ପାଇଁ ବେଆଇନ କାମ
- ଗୋଚର ଓ ଜଙ୍ଗଲ ଜମିରୁ କଟାହୋଇଛି ହଜାର ହଜାର ଗଛ
- ଗାଁକୁ ଅଛି ଦୁଇଟି ରାସ୍ତା, ବିଜେଡି ନେତ୍ରୀଙ୍କ ଘରକୁ ସ୍ବତନ୍ତ୍ର ରାସ୍ତା ପାଇଁ ହୋଇଛି ଆଇନ ଉଲ୍ଲଂଘନ
- କାହିଁକି ଜାଣିଶୁଣି ଚୁପ୍ ବସିଛି ସ୍ଥାନୀୟ ପ୍ରଶାସନ ?
ବରଗଡ: ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ୍ ତାଲମେଣ୍ଡା ପଞ୍ଚାୟତର ଦେକୁଲବା ଗାଁ। ଏମିତି ତ ଇଏ ରାଜ୍ୟର ଅନ୍ୟ ଗାଁ ଗୁଡ଼ିକ ଭଳି ଗୋଟିଏ ସାଧାରଣ ଗାଁ। ଏଠି ବି ଲୋକେ ନାନା ସମସ୍ୟାରେ ଜର୍ଜରିତ। କିନ୍ତୁ ଏ ଗାଁ ବାବଦରେ ଖାସ୍ କଥା ହେଲା ଇଏ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଁଙ୍କ ଗାଁ। ଇଏ ହେଉଛି ଗାଁ ଭିତରେ ଥିବା ପାୱାରଫୁଲ୍ ବିଧାୟିକାଙ୍କ ବଡ଼ ଅଟ୍ଟାଳିକା। ଆଉ ଇଏ ହେଉଛି ଖାସ୍ କରି ବିଧାୟିକାଙ୍କ ଘରକୁ ସଂଯୋଗ କରିବାକୁ ସ୍ବତନ୍ତ୍ର ଭାବେ ନିର୍ମିତ ରାସ୍ତା। ଏହି ରାସ୍ତାକୁ ନେଇ ବିଧାୟିକାଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। ତାହା ହେଲା ସ୍ନେହାଙ୍ଗିନୀଙ୍କ ବାସଭବନକୁ ସଂଯୋଗ କରୁଥିବା ଏ ରାସ୍ତା ନିର୍ମାଣ ପାଇଁ ସରକାରୀ ଜମି ଜବରଦଖଲ କରାଯାଇଛି । ଖାଲି ଏତିକି ନୁହେଁ ରାସ୍ତା ନିର୍ମାଣ ପାଇଁ ଏହି ଜମିରେ ଥିବା ହଜାର ହଜାର ଗଛ କଟାଯାଇଛି ।
ଖାତା ନମ୍ବର 1234, ପ୍ଲଟ ନମ୍ବର 4527 ଦେଇ ଏହି ରାସ୍ତା ଯାଇଛି । ସରକାରୀ ୱେବସାଇଟରେ ଏହା ଗୋଚର ଜମି । ସେହିପରି ଖାତା ନମ୍ବର 668 ପ୍ଲଟ ନମ୍ବର 20ର ଜମି କିସମ ହେଉଛି ଗ୍ରାମ୍ୟ ଜଙ୍ଗଲ । ଏହି ଜମି ଦେଇ ମଧ୍ୟ ଆଲିସାନ ମହଲକୁ ଯାଇଛି ରାସ୍ତା। ସ୍ଥାନୀୟ ଆରଆଇ ମଧ୍ୟ ମ୍ୟାପ ଦେଖି ସ୍ପଷ୍ଟ କରିଛନ୍ତି ରାସ୍ତା ଯାଇଥିବା ଜମିର କିସମ ଗୋଚର ଓ ଗ୍ରାମ୍ୟଜଙ୍ଗଲ। ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ଗୋଚର ବା ଜଙ୍ଗଲ ଜମିରେ ବ୍ୟକ୍ତିଗତ ବ୍ୟବହାର ପାଇଁ ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ ବୋଲି କହୁଛନ୍ତି ଅଧିକାରୀ। ଏହାସହ ସାର୍ବଜନୀନ ଜାଗା ବକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହାର ବେଆଇନ ବୋଲି ବି କହିଛନ୍ତି। ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ପଚାରିବାରୁ କଣ କହିଛନ୍ତି ଉପ ଜିଲ୍ଲାପାଳ ଶୁଣନ୍ତୁ ।
ପୂର୍ବତନ ବିଧାୟିକା ପୁଣି ପୂର୍ବତନ ମନ୍ତ୍ରୀ, ଜଣେ ଆଇନ ନିର୍ମାତା। ସ୍ନେହାଙ୍ଗିନୀ ଏମିତି ଆଇନ ଉଲ୍ଲଂଘନ କରିବା ଯେତିକି ନିନ୍ଦନୀୟ, ସେତିକି ବିପଜ୍ଜକନକ । ଆଉ ବିଜେଡି ନେତାଙ୍କର ଏମିତି ଆଇନ ବିରୋଧୀ କାମ ପାଇଁ ସାରା ରାଜ୍ୟରେ ପୂର୍ବର ଶାସକ ଦଳ ବିରୋଧରେ ଉଠିଲା ଜୋରଦାର ସ୍ବର। ଆଉ ସତ୍ତା ବିରୋଧୀ ଲହର ଏତେ ଇଠିଲା ଯେ ବରଗଡ଼ ଜିଲ୍ଲାରୁ ପ୍ରାୟ ପୋଛି ହୋଇଗଲା ବିଜେଡି।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...