Videos
|
Odisha

ମହଙ୍ଗା ପଡ଼ିଲା ବିଧାୟିକା ସ୍ନେହାଙ୍ଗିନୀଙ୍କ ମନ୍ତବ୍ୟ

Ritu Das
Browse all articles by Ritu Das
·2 years ago·1 min read
ମହଙ୍ଗା ପଡ଼ିଲା ବିଧାୟିକା ସ୍ନେହାଙ୍ଗିନୀଙ୍କ ମନ୍ତବ୍ୟ

ଅର୍ଗସ ବ୍ୟୁରୋ: ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ । ମାଡାମଙ୍କର ଗୋଟିଏ କଥାରେ ଦଳ ଛାଡ଼ିଲେ ନେତା, ସିଏ ପୁଣି ଠିକ୍‌ ନିର୍ବାଚନ ସମୟରେ । କିନ୍ତୁ ମାଡାମ ସ୍ନେହାଙ୍ଗିନୀ କାହିଁକି ଏମିତି କହିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ତୁରନ୍ତ ଏଥିଲାଗି ଦୃଷ୍ଟି ଦେବାକୁ ଜୋର ଧରିଛି ଦାବି ।

କଥା ହେଲା, ଅତାବିରା ବ୍ଲକ ଲରମ୍ଭା ଛକରେ ଦୁର୍ଘଟଣାରେ କଲେଜର ୩ ଜଣ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା । ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଦାବି କରିବା ସହିତ ରାସ୍ତା ରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣାର ଖବର ପାଇବା ପରେ ପହଞ୍ଚିଥିଲେ ଅତାବିରା ବିଧାୟିକା ମାଡାମ ସ୍ନେହାଙ୍ଗିନୀ ଛୁରିଆ । ହେଲେ ବିଡମ୍ବନାର କଥା, ଲୋକଙ୍କ ଆଖିର ଲୁହ ଆଉ ମନର କଷ୍ଟ ବୁଝିବା ପରିବର୍ତ୍ତେ, ସମ୍ବେଦନହୀନତାର ପରିଚୟ ଦେଇଥିଲେ ବିଧାୟିକା।

ମାଡାମ କହିଥିଲେ ମୁଁ ଏଠାକୁ ଆସିଛି ଏହା ହିଁ ବଡ଼କଥା। ଯାହାକୁ ନେଇ ସମାଲୋଚିତ ହୋଇଥିଲେ ମ୍ୟାଡାମ ସ୍ନେହାଙ୍ଗିନୀ। ସେହି ବୟାନ ଆଜି ବି ମାଡାମଙ୍କ ପିଛା ଛାଡ଼ିନି। ଆଉ ଦଳ ଛାଡ଼ିବାର କାରଣ ମଧ୍ୟରୁ ଗୋଟିଏ କାରଣ ଦେଇଛନ୍ତି ମହିଳା ଦଳର ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀଙ୍କ ସମ୍ବେଦନହୀନ ବୟାନ।

କ୍ଷମତାର ଅନ୍ଧ ଗଳିରେ ବିଜେଡି ନେତାମାନେ ଏମିତି ବାୟା ହେଲେଣି ଇନ୍ଦ୍ରଚନ୍ଦ୍ର ମାନିବାକୁ ନାରାଜ। ଏମିତି ଦୁର୍ଘଟଣାସ୍ଥାନରେ ପହଞ୍ଚିବା ପରେ ବି ସମ୍ବେଦନହୀନତା ବୟାନ ଦେଉଛନ୍ତି ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

snehangini | Argus News