Videos
|
Odisha

ମୁଁ ଯଦି ପାରୁଛି ଆପଣ ମାନେ କାହିଁକି ନୁହଁ' ...

Manini Pattanayak
Browse all articles by Manini Pattanayak
·2 years ago·2 min read
ମୁଁ ଯଦି ପାରୁଛି ଆପଣ ମାନେ କାହିଁକି ନୁହଁ' ...

ବାଲେଶ୍ୱର:  ନୀଳଗିରିକୁ ସବୁଜ ସୁନ୍ଦର ପାଇଁ ଅଂଟା ଭିଡିଛନ୍ତି  ଦିବ୍ୟାଙ୍ଗ ସମାଜସେବୀ ରାଜେନ୍ଦ୍ର ଜେନା। ନିଜ ପକେଟରୁ ଖର୍ଚ୍ଚ କରି ଲମ୍ବା ସମୟ ଧରି ଲାଗିଛନ୍ତି ବୃକ୍ଷରୋପଣ କାମରେ। ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ ପ୍ଲାଷ୍ଟିକ ଗୋଡ଼ ଲଗାଇ ଲାଗିଛନ୍ତି ଲୋକଙ୍କ ସେବାରେ।  ମୁଁ ଯଦି ପାରୁଛି ଆପଣ ମାନେ କାହିଁକି ନୁହଁ । ଏଭଳି ଏକ ଲେଖାକୁ ନିଜ ସ୍କୁଟିରେ ଲଗାଇ ସମାଜସେବାରେ ପାଦ ଦେଇଛନ୍ତି ନୀଳଗିରିର ଜଣେ ଦିବ୍ୟାଙ୍ଗ । ନୀଳଗିରିକୁ ସବୁଜ ସୁନ୍ଦର ପାଇଁ ଅଂଟା ଭିଡିଥିବା ଏହି ଦିବ୍ୟାଙ୍ଗ ନିଜ ପକେଟରୁ ଖର୍ଚ୍ଚ କରି ଲମ୍ବା ସମୟ ଧରି ଲାଗିଛନ୍ତି ବୃକ୍ଷରୋପଣ କାମରେ । ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ ପ୍ଲାଷ୍ଟିକ ଗୋଡ଼ ଲଗାଇ ସୁଦ୍ଧା ଲାଗିଛନ୍ତି ଲୋକଙ୍କ ସେବାରେ । ନିଜେ ସଳଖ ଭାବେ ଚାଲି ପାରୁନାହାନ୍ତି ସତ ହେଲେ ମନରେ ଅଛି ସମାଜ ପାଇଁ କିଛି କରିବାର ପାହାଡ଼ ଭଳି ସଂକଳ୍ପ । ଏହି ସଂକଳ୍ପ ହେଉଛି ନୀଳଗିରିକୁ ସ୍ଵଛ ଓ ସବୁଜିମା କରିବାର ସଂକଳ୍ପ । କେବେ ଆଶାବାଡ଼ି ତ କେବେ କାହା ସହାୟତାରେ ବାଟ ଚାଲୁଥିବା ଏହି ଦିବ୍ୟାଙ୍ଗ ସମାଜସେବୀ ହେଉଛନ୍ତି ନୀଳଗିରି ଘାଟଘର ସାହିର ୫୦ ବର୍ଷ ବୟସ୍କ ରାଜେନ୍ଦ୍ର ଜେନା । ରାଜେନ୍ଦ୍ରଙ୍କ ଏଭଳି ପ୍ରୟାସକୁ ପ୍ରସଂଶା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବୃତ୍ତିରେ ଜୀବନ ବୀମା ଏଜେଣ୍ଟ ରାଜେନ୍ଦ୍ର ବୃକ୍ଷ ରୋପଣକୁ କରିଛନ୍ତି ବ୍ରତ । ରାତି ପାହିଲେ ମନରେ ଥାଏ ତାଙ୍କର ଗଛ ଚିନ୍ତା । ନିଜ ସ୍କୁଟିରେ କୋଦାଳ ,ବାଲଟି ଓ ଚାରା ନେଇ ସେ ବାହାରି ପଡନ୍ତି ଲକ୍ଷ ପଥରେ । ଦୋକାନରୁ ଚାରା କିଣି ସେ କେବେ ରାସ୍ତା ପାର୍ଶ୍ୱ ତ କେବେ ପଡିଆ ଜମିରେ କରିଥାନ୍ତି ବୃକ୍ଷରୋପଣ । କେବଳ ଗଛ ଲଗାଇ ସେ ନିଜ କାମ ସାରନ୍ତି ନାହିଁ । ବରଂ ଏହାକୁ ବାଡ଼ ଘେରାଇ ଦେଇଥାନ୍ତି ସୁରକ୍ଷା । ଗଛ ନିକଟରେ ସଚେତନତାର ବାର୍ତ୍ତା ଥିବା ବ୍ୟାନର ମଧ୍ୟ ଟଙ୍ଗାଇ ଦେଇ ଆସନ୍ତି । ଲମ୍ବା ସମୟ ଧରି ରାଜେନ୍ଦ୍ର ଏଭଳି କାମରେ ନିୟୋଜିତ ରହିଥିବାରୁ ନିଜ ଏକ୍ସ ହ୍ୟାଣ୍ଡେଲରେ ସାଧୁବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜର ଦୃଢ ଇଛାଶକ୍ତି ରାଜେନ୍ଦ୍ରଙ୍କୁ ଏଭଳି କାମ ପାଇଁ ପ୍ରେରିତ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
social activist Rajendra Jena work very impressive | Argus News