ସୋସିଆଲ ମିଡ଼ିଆ ଠିକଣା ଦେଲା, ଆଉ ଘରକୁ ଫେରିଲା ଚଞ୍ଚଳା
·2 years ago·1 min read

ଅର୍ଗସ ବ୍ୟୁରୋ: କୋଷାଗୁମୁଡା ଵିଡିଓ ଏବଂ ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ଝରୀଗାଁ ସ୍ଥିତ ନିଜ ଘରକୁ ଫେରିଛି ଚଞ୍ଚଳା।ସୂଚନା ମୁତାବକ ଆଜକୁ ଛଅ ମାସ ହେବ ଭୋଜି ଖାଇବାକୁ ଯାଇ କେଉଁଆଡେ ଚାଲିଯାଇଥିଲା ଚଞ୍ଚଳା। ତେବେ ଗତ ଦୁଇଦିନ ହେବ କେଉଁଆଡୁ ଆସି କୋଶାଗୁମୁଡା ଠାରେ ଥିବା ଏକ ଦୋକାନ ଗୃହରେ ରହୁଥିଲା।
ତେବେ ଏହାର ପରିଚୟ ଲାଗି ସୋସିଆଲ ମିଡିଆରେ ଫୋଟୋ ପୋଷ୍ଟ ହେବାପରେ ମିଳିଥିଲା ଠିକଣା। ସେ ଝରୀଗାଁ ସ୍ଥିତ ବୀର ବିସିଙ୍କ ଝିଅ ଚଞ୍ଚଳା ବିଶି ବୋଲି ଜାଣିବା ପରେ ବିଡ଼ିଓ ଆଶିଷ ତ୍ରିପାଠୀ ଏବଂ ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ, ଜିପିଇଓ ତ୍ରିଲୋଚନ ଛଞ୍ଚାଣ ମେଡିକାଲ ନେବା ପରେ ଖାଦ୍ୟ ପେୟର ବ୍ୟବସ୍ଥା କରି ଚଞ୍ଚଳାକୁ ତା ପରିବାର ଝରୀଗାଁ ଠାରେ ଆଣି ଛାଡିଥିଲେ। ଜଣେ ଅସହାୟ ମହିଳାଙ୍କୁ ଠାବ କରି ତାଙ୍କ ପରିବାର ନିକଟରେ ପହଞ୍ଚାଇ ଥିବାରୁ ସାଧାରଣରେ ଖୁବ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: