Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁର୍ଗାପଙ୍ଗା ଜଙ୍ଗଲରେ SOG ଯବାନ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

Odisha

ଦୁର୍ଗାପଙ୍ଗା ଜଙ୍ଗଲରେ SOG ଯବାନ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

Banajyotshna Ray
Browse all articles by Banajyotshna Ray
·2 years ago
ଦୁର୍ଗାପଙ୍ଗା ଜଙ୍ଗଲରେ SOG ଯବାନ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ଜଙ୍ଗଲରେ SOG ଯବାନ-ମାଓବାଦୀ ଗୁଳି ବିନିମୟ । 15ରୁ 20 ମିନିଟ୍ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସର୍ଚ୍ଚ ଅପେରସନବେଳେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ମାଓ କ୍ୟାମ୍ପରୁ 7ଟି ଗ୍ରେନେଡ୍, 3ଟି ଜିଲୋଟିନ୍, ସୋଲାର ବିଦ୍ୟୁତ ଉପକରଣ ସହ ତାର, ବ୍ଲାଷ୍ଟିଂ ମେସିନ୍, ସୋଲାର ପାନେଲ ସହ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ସେଠାରେ ବଂଶଧାରା ଘୁମସର ନାଗାବଳି ମାଓବାଦୀ ସଂଘଠନର କ୍ୟାମ୍ପ ଚାଲିଥିଲା । କ୍ୟାମ୍ପରେ ପ୍ରାୟ 15 ଜଣ ହାର୍ଡକୋର୍ ମାଓବାଦୀ ଥିଲେ ବୋଲି କନ୍ଧମାଳ SP ଶୁଭେନ୍ଦୁ କୁମାର ପାତ୍ର ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SOG jawans-Maoist shootout in kandhamal | Argus News