Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିନବେଳର କିଛି ଗୁରୁତ୍ବପୂର୍ଣ୍ଣ ଖବର ସଂକ୍ଷେପରେ...

Odisha

ଦିନବେଳର କିଛି ଗୁରୁତ୍ବପୂର୍ଣ୍ଣ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଦିନବେଳର କିଛି ଗୁରୁତ୍ବପୂର୍ଣ୍ଣ ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ଆମେରିକାର ହ୍ୟୁଷ୍ଟନରେ ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ .. ଶାସ୍ତ୍ରାନୁମୋଦିତ ଶ୍ରୀମନ୍ଦିର ପରମ୍ପରା ସଂସ୍କୃତିରୁ ବିଚ୍ୟୁତ ହେଉଛନ୍ତି ଇସ୍କନ କର୍ତ୍ତୃପକ୍ଷ .. ବାରମ୍ବାର ପ୍ରତିବାଦ ସତ୍ତ୍ବେ ବିଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଅଦିନିଆ ରଥଯାତ୍ରା ... ଗଜପତି କହିଲେ, ଇସ୍କନର ଆରଚଣ ଉଲ୍ଲଙ୍ଘନ ବହୁତ ହୋଇଗଲା, ଏବେ ନିଆଯିବ କୋର୍ଟଙ୍କ ଆଶ୍ରୟ ...
୨- କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଅଭାବନୀୟ ଘଟଣା … ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା କଲେ ଦୁର୍ବୃତ୍ତ … ଆଧାର ସଂଶୋଧନ କରି ବାଇକରେ ଫେରୁଥିବାବେଳେ ଉଭୟଙ୍କୁ ଆକ୍ରମଣ … ସୁନାଗହଣା ନେଇ ଚମ୍ପଟ ଦୁର୍ବୃତ୍ତ 
୩- ରାଜଧାନୀରେ ଦୁର୍ଘଟଣା... ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍ । ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ....2 ଜଣ ଗୁରୁତର....ଭୁବନେଶ୍ବରର ଡ଼ମଣା ଛକରେ ରାତି ଅଧରେ ଘଟିଲା ବଡ଼ ଦୁର୍ଘଟଣା 
୪- ଜମୁଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା। ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଖି ଝଲସା ଆଲୋକ ମାଳାରେ ଝଟକୁଛି ପୂଜା ମଣ୍ଡପ। ମା କାଳୀଙ୍କ ସୁଦୃଶ୍ୟ ମୃଣ୍ମୟୀ ମୂର୍ତ୍ତି, ପାରମ୍ପରିକ ପାର୍ଶ୍ଵମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଟ କରୁଛି।
୫- ସାବାଡ ହେବେ ଠକୁଥିବା ରାଜସ୍ବ ଅଧିକାରୀ … କାମରେ ଅବହେଳା କରୁଥିଲେ ହେବ ଆକ୍ସନ୍ … RI, ARI ଓ ଅମିନଙ୍କ କାମ ଉପରେ ନଜର ରଖାଯିବ … ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ ଧରି ଅଛନ୍ତି କିଛି ଅଧିକାରୀ ସେମାନଙ୍କ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
୬- କାନଡ଼ାରେ ବି ଶୁଭିଲା `ବଟୋଗେ ତୋ କଟୋଗେ' ସ୍ଲୋଗାନ୍….ଖଲିସ୍ତାନୀଙ୍କ ଅତ୍ୟାଚାର ବିରୋଧରେ ଏକ ହେବାକୁ ହିନ୍ଦୁଙ୍କୁ ଆହ୍ବାନ୍….ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଖଲିସ୍ତାନୀଙ୍କ ଆକ୍ରମଣ….କାନଡା ପୋଲିସ ବି ଦୋଷୀଙ୍କୁ ଛାଡ଼ି ହିନ୍ଦୁଙ୍କ ଉପରେ ପ୍ରୟୋଗ କଲା ବଳ…ପ୍ରଧାନମନ୍ତ୍ରୀ କହିଲେ ମନ୍ଦିର ଉପରେ ଆକ୍ରମଣ କରାଯିବନି ବରଦାସ୍ତ
୭- ଆମେରିକାରେ ନିର୍ବାଚନ... ବିଶ୍ବର ସର୍ବବୃହତ ଅର୍ଥନିତୀ କୁ ମିଳିବ ନୂଆ ରାଷ୍ଟ୍ରପତି...କିଏ ହେବ ବିଶ୍ବର ମୋଷ୍ଟ ପାୱାରଫୁଲ୍ ଦେଶର ଅଧିପତି…. ଆମେରିକା ନିର୍ବାଚନର ଫଳାଫଳ ଉପରେ ରହିଛି ପୁରା ବିଶ୍ବର ନଜର
୮- ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ । ଆସନ୍ତା 9 ତାରିଖରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପ୍ରବାସୀ ଭାରତୀୟ  ସମେତ ହ୍ୟୁଷ୍ଟନରେ ଥିବା ଓଡିଆ ମାନେ ବିରୋଧ କରିଛନ୍ତି 
୯- ଆଜି ଲିଜେଣ୍ଡ କ୍ରିକେଟର୍ ବିରାଟ କୋହଲିଙ୍କ ଜନ୍ମଦିନ … ପୁରୀ ବେଳାଭୂମିରେ ବାଲୁକାକଳାରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ... ନିର୍ମାଣ କରିଛନ୍ତି କ୍ରିକେଟ ବ୍ୟାଟ୍ ର ପ୍ରତିକୃତି
୧୦- ୩ଦିନରେ ୧୦୦କୋଟି ପାର୍ କଲା 'ସିଙ୍ଘମ ଏଗେନ'ର କଲେକ୍ସନ...ଏପର୍ଯ୍ୟନ୍ତ ଫିଲ୍ମଟି ୧୨୧କୋଟି କଲେକ୍ସନ କରିସାରିଲାଣି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Some important | Argus News