|
logo
Live

Argus News - ନଡ଼ିଆର ମହତ୍ତ୍ବକୁ ନେଇ କିଛି ରୋଚକ ତଥ୍ୟ

Odisha

ନଡ଼ିଆର ମହତ୍ତ୍ବକୁ ନେଇ କିଛି ରୋଚକ ତଥ୍ୟ

Ritu Das
Browse all articles by Ritu Das
·1 year ago·2 min read
ନଡ଼ିଆର ମହତ୍ତ୍ବକୁ ନେଇ କିଛି ରୋଚକ ତଥ୍ୟ

ଅର୍ଗସ ବ୍ୟୁରୋ: ସାରା ବିଶ୍ୱରେ ନଡ଼ିଆର ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 2କୁ ବିଶ୍ୱ ନଡ଼ିଆ ଦିବସ ଭାବେ ପାଳନ କରାଯାଏ। ଏହି ବହୁମୁଖୀ ଫଳ କୃଷି, ପୁଷ୍ଟିକର ଏବଂ ଅନେକ ଟ୍ରପିକାଲ୍ ଅଞ୍ଚଳରେ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ।  ନଡ଼ିଆ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ନଡ଼ିଆ ଚାଷ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଏହି ନଡ଼ିଆ ନେଇ ଆମ ପ୍ରତିଦିନ ଜୀବନ ସହ ଅଙ୍ଗାଙ୍ଗୀ ଜଡ଼ିତ ହୋଇଥିବାବଳେ ଏହାର କିଛି ରୋଚକ ପୌରାଣିକ ତଥ୍ୟ ରହିଛି। ଚାଲନ୍ତୁ ଜାଣିବା।

 

ଆମ ଶରୀର ପାଇଁ ନଡ଼ିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ଲୋକ ଗରମ ଦିନରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ନଡିଆ ପାଣି ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଯେ ନଡିଆ ପାଣି କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ ବରଂ ବିଭିନ୍ନ ରୋଗକୁ ରୋକିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବାସ୍ତବରେ, ନଡ଼ିଆ ପାଣି  ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୁର ଅଟେ। ଯାହା ଅନେକ ପ୍ରକାରର ସମସ୍ୟାକୁ ଦୂରେଇ ରଖିବା ପାଇଁ କାର୍ଯ୍ୟ କରିଥାଏ। ତେବେ ଆସନ୍ତୁ ଆଜି ଆପଣଙ୍କୁ କହିବୁ ନଡ଼ିଆ ପାଣି ପିଇବାର ଲାଭ କ・ଣ?
ଥକ୍କାପଣରୁ ମୁକ୍ତି ଦିଏ
ନଡ଼ିଆ ପାଣି ପିଇବାଦ୍ବାରା ଥକ୍କାପଣରୁ ତୁରନ୍ତ ମୁକ୍ତି ଦିଏ ଏହାସହ ଶକ୍ତି ଦେବାରେ ନଡ଼ିଆ ପାଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବାସ୍ତବରେ, ନଡ଼ିଆ ପାଣିରେ ବିଭିନ୍ନ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଏବଂ ଏହା କମ୍ କ୍ୟାଲୋରୀଯୁକ୍ତ ପାନୀୟ ହୋଇଥାଏ। 
ଆଜିର ବ୍ୟସ୍ତବହୁଳ ଜୀବନରେ ଷ୍ଟ୍ରେସ ଅତି ସାଧାରଣ ଅଟେ। କିନ୍ତୁ ଯଦି ତୁମେ ଚାହଁଚାପରୁ ମୁକ୍ତି ପାଇଁ ଆପଣ ପ୍ରତିଦିନ ପଇଡ଼ ପାଣି ପିଇପାରିବେ। ଏହା ଆପଣଙ୍କୁ ଷ୍ଟ୍ରେସଫ୍ରି କରାଏ।

ମଧୁମେହରେ ପୀଡିତ ଲୋକଙ୍କ ପାଇଁ ନଡିଆ ପାଣି ପିଇବା ମଧ୍ୟ ଲାଭଦାୟକ ହୋଇପାରେ।  ଆସନ୍ତୁ ଆପଣଙ୍କୁ କହିବା ଯେ ଇନସୁଲିନର ଅଭାବ ହେଲେ ଡାଏବେଟିସ ହୋଇଥାଏ। ଆପଣ ଯଦି ପ୍ରତିଦିନ ନଡ଼ିଆ ପାଣି ପିଇବେ ଏହା ଇନସୁଲିନ ବୃଦ୍ଧି କରିବାରେ ସାହାଯ୍ୟ କରିବ। 
ତେବେ ଏହି ନଡ଼ିଆକୁ ନେଇ ବହୁ ପୌରାଣିକ ପରମ୍ପରା ରହିଛି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀଫଳର ଉତ୍ପତ୍ତି ନେଇ ଏକ କୌତୂହଳପ୍ରଦ ପୌରାଣିକ ଆଖ୍ୟାନ ରହିଛି। ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁସାରେ ପାର୍ବତୀଙ୍କ ଦୁଇ ପୁତ୍ରଙ୍କ ମଧ୍ୟରୁ ମହାଦେବଙ୍କ ବର ପାଇ ଶ୍ରୀଗଣେଶ ଅଗ୍ରପୂଜ୍ୟ ହେଲେ। ମାତ୍ର ମା' ପାର୍ବତୀଙ୍କ ମନ ଏଥିରେ ସନ୍ତୁଷ୍ଟ ନ ଥାଏ। ଦିନେ ସୁଯୋଗ ଦେଖି ମହାଦେବଙ୍କ ପାଖରେ ମା' ପାର୍ବତୀ ଅଳି କଲେ- ସ୍ବାମୀ। କାର୍ତ୍ତିକେୟଙ୍କୁ ଗଣେଶଙ୍କ ପରି ପ୍ରଥମ ପୂଜ୍ୟ ହେବାର ବର ଦିଅନ୍ତେନି। ପାର୍ବତୀଙ୍କ ଅନୁନୟ ବିନୟ ମହାଦେବଙ୍କୁ ବିବଶ କଲା। ପାର୍ବତୀଙ୍କୁ ପ୍ରବୋଧନାଦେବାକୁ ଯାଇ ସେ ବର ପ୍ରଦାନ କରି କହିଲେ। ଆଜିଠୁ କାର୍ତ୍ତିକେୟଙ୍କୁ ଶ୍ରୀଫଳ ଆକାରରେ ଭୂଷିତ କଲି। ଦେବପୂଜନ ପାଇଁ ଯେତେବେଳେ ଶୁଭ କଳସର ବ୍ୟବସ୍ଥା କରାଯିବ ସେତେବେଳେ ସମସ୍ତେ ପ୍ରଥମେ ନଡ଼ିଆ ବା ଶ୍ରୀଫଳକୁ ଖୋଜିବେ। କଳସ ଉପରେ ନଡ଼ିଆକୁ ରଖଇ ବ୍ରାହ୍ମଣ ଶ୍ରୀଗଣେଶଙ୍କ ସହିତ ଶ୍ରୀକାର୍ତ୍ତିକେୟରୂପୀ ଶ୍ରୀଫଳକୁ ମଧ୍ୟ ପ୍ରଥମେ ପୂଜା କରିବେ।

ଅନ୍ୟପକ୍ଷେ ଶ୍ରୀ' ଶବ୍ଦର ଅର୍ଥ ହେଉଛି ଶ୍ରେଷ୍ଠ। ଫଳମାନଙ୍କ ଭିତରେ ନଡ଼ିଆ ଶ୍ରେଷ୍ଠ ହୋଇଥିବାରୁ ଏହା ଶ୍ରୀଫଳ। ଈଶ୍ବରଙ୍କୁ ସର୍ବଦା ଭଲ ବା ଶ୍ରେଷ୍ଠ ଦ୍ରବ୍ୟ ହିଁ ଅର୍ପଣ କରାଯିବାର ବିଧି ରହିଛି। ତେଣୁ ପ୍ରତ୍ୟେକ ପୂଜା ପାର୍ବଣରେ ନଡ଼ିଆର ବ୍ୟବହାର ହୋଇଥାଏ। 

ନଡ଼ିଆ ଭିତରେ ଥିବା ଶସ ହେଉଛି ଚନ୍ଦ୍ରମାର ପ୍ରତୀକ। ଚନ୍ଦ୍ରର ବର୍ଣ୍ଣ ବି ଶୁଭ୍ର। ପୂଜାରେ ନଡ଼ିଆ ବ୍ୟବହାର ହେତୁ ଚନ୍ଦ୍ରମାଙ୍କ କୃପା ମିଳିଥାଏ ବୋଲି କୁହାଯାଏ। ତୃତୀୟ କଥା ହେଉଛି ପୂଜାରେ ନଡ଼ିଆ ଭଙ୍ଗାଯାଏ। ଯଦି ଏକାଥରକେ ଭାଙ୍ଗିଗଲା ତେବେ ଏହା ଶୁଭ ସୂଚକ ବୋଲି କୁହାଯାଏ। 

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
ନଡ଼ିଆର ମହତ୍ତ୍ବକୁ ନେଇ କିଛି ରୋଚକ ତଥ୍ୟ | Argus News