Somenath Yatra / ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଯାତ୍ରା ଆରମ୍ଭ, ଓଡ଼ିଶାରୁ ପ୍ରାୟ ୧୧ଶହରୁ ଅଧିକ ଶ୍ରଦ୍ଧାଳୁ ହେଲେ ସାମିଲ, ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ କଲେ ଯାତ୍ରାର ଶୁଭାରମ୍ଭ
·2 hours ago·2 min read

Key Points
ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬
ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଯାତ୍ରା ଆରମ୍ଭ
ଓଡ଼ିଶାରୁ ପ୍ରାୟ ୧୧୦୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାତ୍ରାରେ ସାମିଲ
ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ କଲେ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ବର,୧୫/୦୬: ରାଜ୍ୟରେ ଆରମ୍ଭ ହେଲା ସରକାରଙ୍କ ସୋମନାଥ ସ୍ୱାଭିମାନ ପର୍ବ । ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରୁ ୧୧ ଶହରୁ ଅଧିକ ଲୋକଙ୍କୁ ସରକାର ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ଭ୍ରମଣରେ ପଠାଇଛନ୍ତି । ୭ ଦିନ ଧରି ପର୍ଯ୍ୟଟକମାନେ ଗୁଜୁରାଟର ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଅନ୍ୟ ସ୍ଥାନ ବୁଲିବା ପରେ ଫେରିବେ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଗସ୍ତରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ତୀର୍ଥଯାତ୍ରା ସାରା ଦେଶରେ ଆୟୋଜିତ ହେଉଥିବା ମହାନ ରାଷ୍ଟ୍ରୀୟ ସଂକଳ୍ପ ‘ସୋମନାଥ ସ୍ୱାଭିମାନ ପର୍ବ’ର ଏକ ଗୌରବମୟ ଅଂଶ ଅଟେ, ଯାହା ଭାରତୀୟ ଇତିହାସର ଦୁଇଟି ପ୍ରମୁଖ ମାଇଲଖୁଣ୍ଟକୁ ସ୍ମରଣ କରାଉଛି। ପ୍ରଥମଟି ହେଉଛି, ବର୍ଷ ୧୦୨୬ ମସିହାରେ ମହମ୍ମଦ ଗଜନଭୀଙ୍କ ଦ୍ୱାରା ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ବର୍ବର ଆକ୍ରମଣର ୧୦୦୦ ବର୍ଷ । ଦ୍ୱିତୀୟଟି ହେଉଛି, ସ୍ୱାଧୀନତା ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରେରଣାରେ ଏହି ଭବ୍ୟ ମନ୍ଦିରର ପୁନଃପ୍ରତିଷ୍ଠାର ୭୫ତମ ପ୍ଲାଟିନମ୍ ଜୁବିଲି । ଏହି ବର୍ଷବ୍ୟାପୀ ସାଂସ୍କୃତିକ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଏକ ବ୍ୟାପକ ଗଣ-ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଓଡ଼ିଶାର ଏହି ସ୍ୱତନ୍ତ୍ର ଟ୍ରେନ ଭଳି ଲକ୍ଷ୍ନୌରୁ ୧ ହଜାର ୮ ଜଣ ଏବଂ ଦିଲ୍ଲୀରୁ ପ୍ରାୟ ୧୩୦୦ ଜଣ ଶ୍ରଦ୍ଧାଳୁ ମଧ୍ୟ ପବିତ୍ର ପ୍ରଭାସ ପାଟଣ ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ‘ବିକାଶ ଭି, ବିରାସତ ଭି’ ର ମନ୍ତ୍ର ଆଜି ସୋମନାଥଠାରେ ଅତ୍ୟାଧୁନିକ ଭବ୍ୟ ପ୍ରଦର୍ଶନୀ ଶାଳା, ମ୍ୟୁଜିୟମ, ସମୁଦ୍ର ଦର୍ଶନ ପଥ ଏବଂ ପ୍ରସାଦ ଯୋଜନା ଜରିଆରେ ବିଶ୍ୱସ୍ତରୀୟ ଯାତ୍ରୀ ଭିତ୍ତିଭୂମିର ବିକାଶ କରି ପ୍ରମାଣିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଏହି ଖବର: ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି,ମୟୂରଭଞ୍ଜରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ
ସେ ଆହୁରି କହିଛନ୍ତି ଯେ ଓଡ଼ିଶା ଏବଂ ସୋମନାଥ ମଧ୍ୟରେ ଏକ ଅତୁଟ ଆଧ୍ୟାତ୍ମିକ ସେତୁ ସ୍ଥାପନ କରିବା ପାଇଁ ଏକାମ୍ର କ୍ଷେତ୍ରର ବିନ୍ଦୁସାଗରର ପବିତ୍ର ଜଳ ଏବଂ ପ୍ରାଚୀନ ଶୈବ ପରମ୍ପରାର ଜୀବନ୍ତ ପ୍ରତୀକ କେଦାରଗୌରୀ ମନ୍ଦିରର ପବିତ୍ର ମାଟି ଏହି ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ପ୍ରଭୁ ସୋମନାଥଙ୍କ ଚରଣରେ ଅର୍ପଣ ପାଇଁ ପଠାଯାଉଛି। ଏହି ଯାତ୍ରାରେ ସାମିଲ ଥିବା ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ "ଓଁ ନମଃ ଶିବାୟ" ପୁସ୍ତିକା ପ୍ରଦାନ କରାଯାଇଛି। ସୋମନାଥ ପୀଠରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ସହ ଭବ୍ୟ ଆଳତି, ପବିତ୍ର ରୁଦ୍ରାଭିଷେକ, ଅଖଣ୍ଡ ଓଁକାର ଜପ ଏବଂ ମନ୍ଦିରର ସ୍ୱର୍ଣ୍ଣିମ ଇତିହାସକୁ ଜୀବନ୍ତ କରୁଥିବା ଆଧୁନିକ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଏକ ଦିବ୍ୟ ଅନୁଭୂତିର ସାକ୍ଷୀ ହେବେ।
ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ଆମେ ସୋମନାଥ ସ୍ଵାଭିମାନ ଯାତ୍ରାରେ ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟର କିଛି ପବିତ୍ର ନିଦର୍ଶନ ମଧ୍ୟ ସୋମନାଥକୁ ପଠାଉଛୁ। ଏକାମ୍ର କ୍ଷେତ୍ରର ହୃଦୟସ୍ଥଳୀ ପବିତ୍ର ବିନ୍ଦୁସାଗରର ଜଳ ଆଜି ସୋମନାଥ ଧାମକୁ ଯାଉଛି। ଏହି ପବିତ୍ର ଜଳ ଓଡ଼ିଶାର ଭକ୍ତିର ବାର୍ତ୍ତା ନେଇ ସୋମନାଥରେ ପହଞ୍ଚିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories