ଟଙ୍କା ପାଇଁ ବାପାକୁ ମାରିଦେଲା ପୁଅ

ସମ୍ବଲପୁର : ଟଙ୍କା ପାଇଁ କାଳ ହେଲା ବାପ-ପୁଅର ସମ୍ପର୍କ । ମାତ୍ର କିଛିଟା ଟଙ୍କା ପାଇଁ ପୁଅ ଭୁଲିଗଲା ମାନବିକତା । ଛୋଟବେଳୁ ଦୁଃଖ କଷ୍ଟ ସହି ବଡ କରେଇଥିବା ବାପାର ସ୍ନେହ ମମତା ମାତ୍ର କିଛି ସମୟ ଭିତରେ ପାଣି ଫୋଟକା ପରି ମିଳେଇଗଲା । ଏପରି ବିଭତ୍ସ, ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଘେନୁପାଲି ଗାଁରେ ।
ଅଧିକ ପଢନ୍ତୁ : ୬ ମାସ ପୁଅର ତଣ୍ଟି କାଟିଲା ମାଆ
ପୁଅ ବାପାକୁ ଟଙ୍କା ମାଗିବାରୁ ବାପା ଦେଇନଥିଲେ । ଏହାକୁ ନେଇ ଉଭୟ ବାପା ପୁଅ ମଧ୍ୟରେ ଝଗୋ ହେବା ସହ ବାପାକୁ ଆକ୍ରମଣ କରିଥିଲା ପୁଅ । ପଥର ଛେଚି ପ୍ରଥମେ ବାପାକୁ ହତ୍ୟା କରିଥିଲା, ପରେ ଆହୁରି ମନଶାନ୍ତି ନହେବାରୁ ବାପାଙ୍କୁ ନିଆଁରେ ପୋଡି ଦେଇଥିଲା । ଘଟଣା ସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଘଟଣା ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ପୁଅ ଫେରାର ଅଛି । ମୃତ ବ୍ୟକ୍ତି ଜଣକ ହେଲେ ଘେନୁପାଲି ସହରାପଡାର ଲିଙ୍ଗରାଜ କୁମୁରା, ହତ୍ୟାକାରୀ ପୁଅ ହେଲା ଆଦିତ୍ୟ କୁମୁରା ।