Videos
|
Odisha

ବାପାକୁ ହତ୍ୟାକରି ପୋତି ଦେଲା ପୁଅ, ମା  ନିଖୋଜ

Manini Pattanayak
Browse all articles by Manini Pattanayak
·2 years ago·1 min read
ବାପାକୁ ହତ୍ୟାକରି ପୋତି ଦେଲା ପୁଅ, ମା  ନିଖୋଜ

ବାଲେଶ୍ୱର: ପାରିବାରିକ କଳହକୁ ନେଇ କରୁଣ ପରିଣତି। ମଦୁଆ ପୁଅ ସାଜିଲା ବାପର ହତ୍ୟାକାରୀ । ଏବେବି ମାଆ ନିଖୋଜ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ସିମୁଳିଆ ଥାନା ଅଧିନ ଗରସଙ୍ଗ ଗାଁରେ। ଗାଁର ପ୍ରଭାକର ବେହେରା ଏବଂ ତାଙ୍କ ପତ୍ନୀ ୪ଦିନ ହେବ ନିଖୋଜ ଥିବାବେଳେ ପୁଅ ରମେଶ ବେହେରା ଘରୁ କେଉଁଆଡ଼େ ପଳାଇଯାଇଛନ୍ତି। ବାପା,ମାଆଙ୍କ ନିଖୋଜ ଘଟଣାକୁ ନେଇ ଝିଅ ମମତା ମଲ୍ଲିକ ଭାଇ ରମେଶ ବାପା ମାଙ୍କୁ ମାରିଦେଇ ପୋତିଦେଇଥିବା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ।

ଝିଅ ମମତାଙ୍କ ଅଭିଯୋଗ କ୍ରମେ ସିମୁଳିଆ ପୋଲିସ ତଦନ୍ତ ଜାରିରଖିବା ସହିତ ଘର ପଛପଟେ  ବିଲରେ ଶବ ପୋତାଯାଇଥିବା ନେଇ ସନ୍ଧେହ କରିବା ସହିତ ଖଇରା ଅତିରିକ୍ତ ତହସିଲଦାର,ବାଲେଶ୍ୱର ସାଇନ୍ଟଫିକ ଟିମଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନକୁ ଖୋଳି ବାପା ପ୍ରଭାକରଙ୍କ ମୃତ ଦେହ ଠାବ କରିଥିବା ବେଳେ ମା ଏବେବି ନିଖୋଜ ଅଛନ୍ତି। ଜମିଜମା ଘଟଣାକୁ ନେଇ ପରିବାର ମଧ୍ୟରେ ପୂର୍ବରୁ ବାପ,ମାଆ ଏବଂ ପୁଅ ମଧ୍ୟରେ ଝଗଡା ହେଉଥିବା ଝିଅ ଅଭିଯୋଗ କରିବା ସହିତ ଜମିଜମା ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Son killed his father and mother is missing | Argus News