Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଳି ଦେଲେ ବାପା, ଘର ଛାଡ଼ି ଚାଲିଯାଇଛି ପୁଅ

Odisha

ଗାଳି ଦେଲେ ବାପା, ଘର ଛାଡ଼ି ଚାଲିଯାଇଛି ପୁଅ

Jitendra Dash
Browse all articles by Jitendra Dash
·2 years ago·2 min read
ଗାଳି ଦେଲେ ବାପା, ଘର ଛାଡ଼ି ଚାଲିଯାଇଛି ପୁଅ

ଅର୍ଗସ ବ୍ୟୁରୋ : ବାପା ଗାଳି ଦେଲେ ବୋଲି ଘରୁ ପଳାଇଲା ଭେଣ୍ଡିଆ ପୁଅ । ଗଲା ଯେ ଗଲା...ଆଉ ଫେରୁନି । ଯାହାକୁ ପାଇବାକୁ ଲକ୍ଷେ ଶିବ ପୂଜିଥିଲେ ଆଜି ସେଇ ପୁଅ ଯେବେ ଘର ଛାଡି ପଳାଇଗଲା ସେତେବେଳେ କୋଉ ମାଆ ବାପା ବି ଧୈର୍ଯ୍ୟ ଧରିବେ ? ସେଇଥି ଲାଗି ତ ପୁଅର ଫଟୋ ଏମିତି କାନ୍ଦି ପକାଉଛନ୍ତି ବାପା-ମାଆ...ଖାଲି କାନ୍ଦୁଛନ୍ତି ତାହା ନୁହେଁ ବରଂ ବାଟୋଇ ଲୋକଙ୍କୁ ପଚାରୁଛନ୍ତି ମୋ ପୁଅକୁ ଦେଖିଛ କି ? ଭେଣ୍ଡା ପୁଅକୁ ହରାଇ ପାଗେଳି ପ୍ରାୟ ମାଆ...ହେଲେ ପୁଅର ଏଯାଏଁ ମିଳୁନି ଅତାପତା ।

ଭୁବନେଶ୍ୱର ରାଜରାସ୍ତାରେ ପୁଅକୁ ଖୋଜୁଛନ୍ତି ବାପା-ମା । କୋହୁଛନ୍ତି କିଏ ମୋ ପୁଅକୁ ଦେଖିଛକି । ଦେଖୁ ନାହାନ୍ତି ଏ ଦୃଶ୍ୟକୁ ଥରେ । କେମିତି ଏ ଖରା ଗରମରେ ପୁଅକୁ ଖୋଜୁଛନ୍ତି ଏ ବାପା-ମା । ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ ପୁଅକୁ ଖୋଜୁଛନ୍ତି ଏ ବାପା-ମା । ରାସ୍ତାରେ ଯାଉଥିବା ଲୋକଙ୍କୁ ପୁଅର ଫଟୋ ଦେଖାଛନ୍ତି ଆଉ ପଚାରୁଛନ୍ତି ଦେଖିଛନ୍ତି କି ମୋ ପୁଅକୁ ?

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଛାଚି ଉପରେ । ଏ ହେଉଛନ୍ତି ନୟାଗଡ଼ ମାଛିପଡ଼ାର ବ୍ରଜବନ୍ଧୁ ନାହକ ଓ କୁମା ଦେଈ । ତାଙ୍କ ପୁଅ ହେଉଛନ୍ତି ସିଲୁ ନାହକ । ଯିଏକି ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ଚଳିତ ବର୍ଷ ପରୀକ୍ଷାରେ କମ୍ ନମ୍ବର ରଖିବାରୁ ବାପା କଲେ ଗାଳି । ଘର ଛାଡି ଫେରାର ହୋଇଗଲା ୧୪ ବର୍ଷର ପୁଅ ସିଲୁ । 

ନୟାଗଡରୁ ଭୁବନେଶ୍ୱର ପୁଅ ଚାଲିଆସିଥିବା ଖବର ପାଇଲେ ଘର ଲୋକ । ବାସ୍ ସେବେଠାରୁ ଭୁବନେଶ୍ୱରରେ ପୁଅକୁ ଖୋଜୁଛନ୍ତି । ରାଜଧାନୀ ଭୁବନେଶ୍ୱରର ଗଳି କନ୍ଦିରେ ପୁଅକୁ ଖୋଜିବାରେ ଲାଗିଛନ୍ତି ବାପା-ମା । ବାପା-ମା ଭୁବନେଶ୍ବର ଆସିବା ପରେ ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ଖାଯିବାରେ ଲାଗିଛନ୍ତି । କିନ୍ତୁ ନିରାଶ ହେବା ପରେ ଆଜି କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ଗୁହାରି କରି କହିଛନ୍ତି ଯିଏ ମୋ ପୁଅକୁ ଦେଖିବ ମତେ ଜଣେଇବ ।
 

Argus Whatsapp Channel Mobile Top
Sponsored
son missing case | Argus News