Videos
|
Odisha

ମାଛ ତରକାରୀ ପାଇଁ ମା'ର ତଣ୍ଟି ଚିପିଲା ପୁଅ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମାଛ ତରକାରୀ ପାଇଁ ମା'ର ତଣ୍ଟି ଚିପିଲା ପୁଅ 

ବାଲେଶ୍ୱର:  ମାର ତଣ୍ଟି ଚିପି ହତ୍ୟାକଲା ମଦ୍ୟପ ପୁଅ। ଅଭିଯୁକ୍ତ ପୁଅକୁ ଅଟକ ରଖିଛି ସିମୁଳିଆ ପୋଲିସ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗାଁର ବାସନ୍ତୀ ମହାନ୍ତିଙ୍କ ବଡ଼ ପୁଅ ଅରୁଣ ମହାନ୍ତି ସବୁଦିନ ମଦ ପିଇ ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ମା,ପତ୍ନୀ ଏବଂ ପିଲା ମାନଙ୍କୁ ମାରଧର କରିଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଘରକୁ ଆସି ମା ବାଶନ୍ତି ଙ୍କୁ ଖାଇବା ପାଇଁ ମାଗିଥିଲେ l

 

ମା ଖାଦ୍ୟ ଦେବା ପରେ କାହିଁକି ମାଛ ତରକାରୀ ହୋଇନି ବୋଲି ପ୍ରଶ୍ନ କରିଥିଲେ l ମାଛ କେଉଁଠି ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମାକୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା।ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଛଡେଇବାକୁ ଆସିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ l ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ l ସ୍ଥାନୀୟ ଲୋକମାନେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୋହୁ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୋଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର 

Son murder his mother for fish fry in simulia | Argus News