Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବୃଦ୍ଧ ବାପା-ମା'ଙ୍କୁ ଭେଣ୍ଡିଆ ପୁଅର ଅତ୍ୟାଚାର 

Odisha

ବୃଦ୍ଧ ବାପା-ମା'ଙ୍କୁ ଭେଣ୍ଡିଆ ପୁଅର ଅତ୍ୟାଚାର 

Manini Pattanayak
Browse all articles by Manini Pattanayak
·1 year ago·1 min read
ବୃଦ୍ଧ ବାପା-ମା'ଙ୍କୁ ଭେଣ୍ଡିଆ ପୁଅର ଅତ୍ୟାଚାର 

କଟକ:  ବୃଦ୍ଧ ବାପା-ମା'ଙ୍କୁ  ଭେଣ୍ଡିଆ ପୁଅର ଅତ୍ୟାଚାର । ବାଙ୍କୀ ଡମପଡା ବ୍ଲକ ତାଳବସ୍ତ ଗ୍ରାମର ମନ୍ଦିର ସାହିର ଗୋପୀ ପ୍ରଧାନଙ୍କ ଏକ ମାତ୍ର  ପୁଅ ଯାହାର ନାମ ଯୋଗେଶ ବୟସ 26। ଭେଣ୍ଡିଆ ପୁଅ ମାଡ଼ ମାରିବା ସହିତ ଖାଇବାକୁ ନଦେଇ ଘରୁ ବାହାର କରିଦେବାର ଅଭିଯୋଗ ଆଣିଛନ୍ତି ବୃଦ୍ଧ ବାପା ମା। ବହୁ ଦେବାଦେବୀ ପୂଜା ପରେ ଗୋପୀ ଭଗବାନଙ୍କ କୃପାରୁ ପୁତ୍ର ସନ୍ତାନ ଲାଭ କରିଥିଲେ ଦୀର୍ଘ ବର୍ଷ ପରେ କୋଳରେ ପୁଅ ଟିଏ ପାଇଥିବାରୁ  ପିଲା ଦିନୁ ବାପା ମା ଗେଲ ବସରିଆ କରି ନିଜେ ପର ଘରେ କାମ କରି ଗାଈ ବାଛୁରୀ ଚରାଇ ଉଚ୍ଚ ଶିକ୍ଷିତ କରିଥିଲେ ।

ଆଶା ରଖିଥିଲେ ବୃଦ୍ଧ ବୟସରେ ପୁଅ ସାହା ହେବ ବୋଲି କିନ୍ତୁ ସାହାରା ପାଲଟିବା ବଦଳରେ ମୌଜ କରିବା ପାଇଁ ବାରମ୍ବାର ଟଙ୍କା ମାଗେ ନଦେଇପାରିବାରୁ  ଅକଥନୀୟ ମାଡ଼ ଦେଉଛି। କୌଣସି ରୋଜଗାର ନକରି ଘରେ ବସି ବୃଦ୍ଧା ବାପା ମା ଙ୍କ ଉପରେ ହୁକୁମ ଚଳାଉଛି ନଶୁଣିଲେ ମାଡ଼ ମାରି ଧକ୍କା ଦେଇ ଘରୁ ବାହାର କରିବା ସହିତ ଖାଇବା ପାଇଁ ହାତରେ ଧରି ଥିବା ଖାଦ୍ୟକୁ ଫୋପାଡ଼ି ଦେଉଛି।  ଖୁଆଇ ଦେଉ ନାହିଁ ଡର ରେ ଗାଁ ଲୋକଙ୍କ ପିଣ୍ଢା ରେ ରାତ୍ରି ଜାପାନ କରନ୍ତି। ଗାଈ ଟିଏ ବାଛୁରୀ ଟିଏ ଚରାଇ କ୍ଷୀର ବିକ୍ରି କରି ଯେଉଁ ଦୁଇ ପଇସା ଆଣନ୍ତି ତାହା ତାଙ୍କ ଠାରୁ ଛଡାଇ ନେଇ ଯାଏ ବୋଲି କୁହନ୍ତି ମା। ଏଭଳି ପୁଅକୁ ଜନ୍ମ କରି ଭୁଲ କରିଦେଲୁ ତା ଅତ୍ୟାଚାର ଆଉ ସହି ପାରୁନି ଆମ କୁ  ରକ୍ଷା କରନ୍ତୁ  ବୋଲି ବୃଦ୍ଧ ବାପା ମା ଆକୁଳ ନିବେଦନ କରିଛନ୍ତି।   

ଅଧିକ ପଢନ୍ତୁ  ଓଡ଼ିଶା  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Son's abuse of elderly parents | Argus News