Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବ୍‌ଶୀଘ୍ର ସମ୍ବଲପୁର ହେବ ଆଧୁନିକ ସ୍ବଚ୍ଛ ସହର

Manini Pattanayak
Browse all articles by Manini Pattanayak
·2 years ago·2 min read
ଖୁବ୍‌ଶୀଘ୍ର ସମ୍ବଲପୁର ହେବ ଆଧୁନିକ ସ୍ବଚ୍ଛ ସହର

ସମ୍ବଲପୁର :  ବଦଳିବ ଚିତ୍ର...ଖୁବ୍‌ଶୀଘ୍ର ସମ୍ବଲପୁର ହେବ ଆଧୁନିକ ସ୍ବଚ୍ଛ ସହର...ନିଜ ନିର୍ବାଚନୀ କ୍ଷେତ୍ର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଘୋଷଣା...ପାନୀୟ ଜଳ, ସ୍ବଚ୍ଛତା, ଡ୍ରେନେଜ, ରାସ୍ତାଘାଟ, ରାସ୍ତାପାର୍ଶ୍ବ ଆଲୋକୀକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ନେଇ ଜିଲ୍ଲା ପ୍ରଶାସନ ସହ ବୈଠକରେ କଲେ ସମୀକ୍ଷା...କୁଚିଣ୍ଡାରେ ବି ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଜଙ୍ଗଲ, ଜଳସେଚନ, କୃଷିଜାତ ସାମଗ୍ରୀ ବିକ୍ରି ଉପରେ ପ୍ରଶାସନ ସହ କଲେ ଆଲୋଚନା ବଦଳିବ ସମ୍ବଲପୁରର ଚିତ୍ର। ଚିକ୍ ଚିକ୍ ହେବ ରାସ୍ତା ଘାଟ। ସବୁଠି ରହିବ ଷ୍ଟ୍ରିଟ୍ ଲାଇଟ୍। ଦୂର ହେବ ଡ୍ରେନେଜ୍ ସମସ୍ୟା, ପାନୀୟ ଜଳଠାରୁ ନେଇ ଲୋକଙ୍କୁ ମିଳିବ ସବୁ ସୁବିଧା। ଲୋକସଭା ସାଂସଦ ଭାବେ ଶପଥ ନେବା ପରେ ପ୍ରଥମ ଥର ନିଜ ନିର୍ବାଚନ କ୍ଷେତ୍ର ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସବୁ ବାବଦରେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା। ସମ୍ବଲପୁରକୁ ଅଧିକ ସ୍ବଚ୍ଛ, ଆଧୁନିକ ଓ ବିକଶିତ ସହର କରିବା ପାଇଁ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ବ ଦିଆଯାଇଛି। ଏବେ ବର୍ଷା ଦିନ ଆରମ୍ଭରେ ପ୍ରଶାସନର ପ୍ରସ୍ତୁତି ସହ ପାନୀୟ ଜଳ, ସ୍ବଚ୍ଛତା, ଡ୍ରେନେଜ, ରାସ୍ତାଘାଟ, ରାସ୍ତାପାର୍ଶ୍ବ ଆଲୋକୀକରଣ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଉପରେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ। 

ସମ୍ବଲପୁର ପରେ କୁଚିଣ୍ଡାରେ ପ୍ରାଶାସନିକ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୁଚିଣ୍ଡାରେ ବି ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା,  ଜଙ୍ଗଲ, ଜଳସେଚନ, କୃଷି ଉତ୍ପାଦିତ ସାମଗ୍ରୀ ଉପରେ ଆଲୋଚନା ହୋଇଥିଲା । ଜନକଲ୍ୟାଣକୁ ଗୁରୁତ୍ବ ଦେଇ ଲୋକଙ୍କ ହିତରେ କାମ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ ଉପସ୍ଥିତ ଥିଲେ । କୁଚିଣ୍ଡାରେ ଆୟୋଜିତ ‘ବିଜୟ ସମ୍ବର୍ଦ୍ଧନା ଉତ୍ସବ’ରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ରୋଗୀଙ୍କୁ ଭଲମନ୍ଦ ପଚାରି ବୁଝିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ କୁଚିଣ୍ଡା ସ୍ଥିତ ଦୁର୍ଗା ମନ୍ଦିର ଓ ହନୁମାନ ମନ୍ଦିର ଯାଇ ଆଶୀର୍ବାଦ ଲାଭ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Soon Sambalpur will be a modern clean city | Argus News