Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୁବ୍ ଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର, ଚାବି ନ ଖୋଲିଲେ ଭଙ୍ଗାଯାଇ ହେବ ଗଣତି

Odisha

ଖୁବ୍ ଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର, ଚାବି ନ ଖୋଲିଲେ ଭଙ୍ଗାଯାଇ ହେବ ଗଣତି

Manini Pattanayak
Browse all articles by Manini Pattanayak
·1 year ago·2 min read
ଖୁବ୍ ଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର, ଚାବି ନ ଖୋଲିଲେ ଭଙ୍ଗାଯାଇ ହେବ ଗଣତି

ପୁରୀ:  ରଥଯାତ୍ରା ପୂର୍ବରୁ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର, ଚାବି ନ ଖୋଲିଲେ ଭଙ୍ଗାଯାଇ ହେବ ଗଣତି। ୯ ତାରିଖ କମିଟି ମିଟିଂରେ ଧାର୍ଯ୍ୟ ହେବ ତାରିଖ ଓ ତିଥି। ରତ୍ନଭଣ୍ଡାର ସହ ଯୋଡ଼ି ହୋଇରହିଛି କୋଟି କୋଟି ଓଡ଼ିଆଙ୍କ ଭାବାବେଗ। ଓଡ଼ିଆ ଭାବାବେଗକୁ ଅପମାନ କରିଥିବା ନବୀନ ସରକାରକୁ ବାହାରର ରାସ୍ତା ଦେଖାଇଥିଲେ ଓଡ଼ିଶାବାସୀ। ରତ୍ନଭଣ୍ଡାର ଚାବି ପାତାଳରେ ରଖିଥିଲେ ବି ଖୋଜି ବାହାର କରାଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ   ହଟିବ ପରଦା ଆଉ ଖୋଲିବ ରହସ୍ୟ।

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଚାଲିଥିବା ବିବାଦ ଉପରେ ଖୁବଶୀଘ୍ର ଯବନିକା ପଡିବାକୁ ଯାଉଛି। ରାଜ୍ୟ ସରକାର ଗଠନ କରିଥିବା ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ଅନୁଷ୍ଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଆଲୋଚନା ହୋଇଛି । ପ୍ରାୟ ଦୁଇଘଣ୍ଟା ରୁଦ୍ଧଦ୍ୱାର ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତା 9-ତାରିଖରେ ପୁଣି ବସିବ ଉଚ୍ଚସ୍ତରୀୟ ବୈଠକ । ସେଦିନ ଭଣ୍ଡାର ଖୋଲିବା ନେଇ ତାରିଖ ଘୋଷଣା ହେବ । ଆଉ ବୈଠକରେ ଦାଖଲ କରାଯିବ ଡୁପ୍ଲିକେଟ୍ ଚାବି । ଟ୍ରେଜେରୀରୁ ଡୁପ୍ଲିକେଟ୍ ଚାବି ଆଣିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଛି ଦାୟିତ୍ବ । ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବିକୁ ନେଇ ଖୋଲାଯିବାକୁ ଉଦ୍ୟମ ବିଫଳ ହେଲେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏହାକୁ ଭଙ୍ଗା ଯାଇ ରତ୍ନ ଭଣ୍ଡାର ଖୋଲାଯିବ । ସେହି ବୈଠକରେ ରତ୍ନଭଣ୍ଡାର ଖୋଲାଯିବା ନେଇ ସ୍ବତନ୍ତ୍ର SOP ବି ପ୍ରସ୍ତୁତ ହେବ। 
ବୈଠକରେ ରତ୍ନ ଗଣତି ସହ ମରାମତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଏଥିପାଇଁ ରତ୍ନ ଆଭୂଷଣକୁ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ଗଣତି ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାର ଉପଯୋଗ କରାଯିବ।  ରତ୍ନ ଚିହ୍ନଟ କରିବାକୁ ବଣିଆଙ୍କୁ ନିଯୁକ୍ତ କରିବା ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ବୈଠକରେ ମତ ଆସିଛି। ରଥଯାତ୍ରା ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ତଦାରଖ କମିଟି ପ୍ରୟାସ କରିବ । ଯଦି କୌଣସି ଅଳଙ୍କାରର ମରାମତି ସମ୍ଭବ ହେବନାହିଁ ତେଵେ ସେସବୁର କେମିତି ରକ୍ଷଣାବେକ୍ଷଣ କରାଯିବ ସେନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ।  ଦୂର ହେବ 45 ବର୍ଷର ପ୍ରତୀକ୍ଷା।  ଯେଉଁ ରତ୍ନଭଣ୍ଡାର ସହ ଯୋଡ଼ି ହୋଇରହିଛି କୋଟି କୋଟି ଓଡ଼ିଆଙ୍କ ଭାବାବେଗ ତାକୁ ନେଇ ଖେଳ ଖେଳିଥିଲେ ନବୀନ ସରକାର। ଓଡ଼ିଆ ଭାବାବେଗକୁ ଅପମାନ କରିଥିବାରୁ ବିଜେଡି ସରକାରକୁ ଓଡ଼ିଶାବାସୀ ଦେଖାଇଲେ ବାହାରର ରାସ୍ତା। ଆଉ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ରତ୍ନଭଣ୍ଡାରରେ ହେରଫେର ହୋଇଥିଲେ କେଳେଙ୍କାରୀ କରିଥିବା ମାଫିଆଙ୍କର ଅଣ୍ଟା ଭଙ୍ଗାଯିବ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Soon the treasure house will be opened, if the key is not opened, it will be broken | Argus News