Soumya Murder Case / ସୌମ୍ୟ ହତ୍ୟା ମାମଲା: ଆଜି NHRC ଆଗରେ ହାଜର ହୋଇପାରନ୍ତି ADG ଦୟାଲ ଗଙ୍ଗୱାର
·3 months ago·2 min read

Key Points
ସୌମ୍ୟ ହତ୍ୟା: ହାଜର ହେବେ ଦୟାଲ ଗଙ୍ଗୱାର !
ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା
ଆଜି NHRC ଆଗରେ ହାଜର ହୋଇପାରନ୍ତି ADG ଦୟାଲ ଗଙ୍ଗୱାର

ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା । ଆଜି NHRC ଆଗରେ ହଜାର ହୋଇପାରନ୍ତି ADG ଦୟାଲ ଗଙ୍ଗୱାର । ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ADG ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ବଦଳି କରାଯାଇଛି । ଗତକାଲି ସୌମ୍ୟଙ୍କ ସାଙ୍ଗ ଓମ୍ ଓ ଦୁଇଜଣ ଅଭିଯୋଗକାରୀ ଯୁବତୀ, ଆମ୍ବୁଲାନ୍ସ ଡ୍ରାଇଭର, ଟ୍ରକ ଡ୍ରାଇଭରଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା NHRC ଟିମ୍ । ଏହା ଫରେନସିକ ଟିମର ଅଧିକାରୀ ଓ ନିଲମ୍ବିତ ୪ ପୋଲିସ କର୍ମଚାରୀ NHRC ଟିମ୍ ଆଗରେ ହାଜର ହୋଇଥିଲେ । ୪ ଦିନ ଧରି ମାରାଥନ୍ ତଦନ୍ତ ଚଳାଇଛି NHRCର ଦୁଇ ଜଣିଆ ଟିମ୍ ।
ତେବେ ମେ ୭ର ଏହି ଭୟଙ୍କର ଭିଡ଼ ହିଂସା ମାମଲାରେ ଏପର୍ଯ୍ୟନ୍ତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ଭିଡ଼ ହିଂସା ଘଟଣାରେ ମୃତ ସୌମ୍ୟଙ୍କ ବାପା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପୁଅକୁ ହତ୍ୟା ପଛରେ ସାଙ୍ଗ ଓମର ହାତ ରହିଥିବା ସେ କହିଛନ୍ତି । ADGଙ୍କ ସହ ମିଶି ଓମ୍ ଲୋକ ଡକାଇ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ମୃତ ସୌମ୍ୟଙ୍କ ବାପା ।''
ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟା ମାମଲାରେ ସତ କ'ଣ ? ଆମ୍ବୁଲାନ୍ସ ଡ୍ରାଇଭର ଓ ଟ୍ରକ୍ ଡ୍ରାଇଭର କଲେ ବଡ଼ ଖୁଲାସା
ବାଲିଅନ୍ତା ବହୁ ଚର୍ଚ୍ଚିତ GRP କନେଷ୍ଟବଳ ସୌମ୍ୟରଞ୍ଜନ ଭିଡ଼ ହିଂସା ଓ ହତ୍ୟା ମାମଲାରେ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ଚମକାଇଲା ଭଳି ତଥ୍ୟ । ପ୍ରଥମେ କମିଶନରେଟ ପୋଲିସ ଏବେ କ୍ରାଇମବ୍ରାଞ୍ଚ ଓ ଜାତୀୟ ମାନବାଧିକାର କମିଶନ NHRC ର ଦୁଇ ଜଣିଆ ଟିମ୍ ଏହି ଘଟଣାର ଗୁମର ଖୋଲିବାରେ ଲାଗିଛନ୍ତି । ଏହାରି ଭିତରେ ଘଟଣା ଦିନ ସ୍ପଟ୍କୁ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଏବେ ଏମିତି କିଛି ବୟାନ ଦେଇଛନ୍ତି, ଯାହା ପୂରା ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଆଶଙ୍କାକୁ ସ୍ପଷ୍ଟ କରୁଛି । ଅନ୍ୟପଟେ ସୌମ୍ୟଙ୍କ ବାପା ମଧ୍ୟ ପୁଅର ସାଙ୍ଗ ଓମ୍ ଓ ଜଣେ ADGଙ୍କ ନାଁ ଆଣି ସାଂଘାତିକ ଅଭିଯୋଗ କରିଛନ୍ତି । କ'ଣ ଥିଲା ସେହିଦିନର ସତ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୌମ୍ୟ ହତ୍ୟାକାଣ୍ଡର ସତ ଖୋଜିବା ପାଇଁ ଏବେ ଜାତୀୟ ମାନବାଧିକାର କମିଶନ (NHRC)ର ଦୁଇ ଜଣିଆ ଟିମ୍ ଘଟଣା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜେରା କରୁଛି । ଆଉ ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଟ୍ରକ୍ ଡ୍ରାଇଭରଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ଘଟଣା ଦିନ ଦିନ ୧୧ଟା ୬ ମିନିଟରେ ୧୦୮ ଆମ୍ବୁଲାନ୍ସକୁ କଲ୍ ଆସିଥିଲା, ଏବେ ୧୧ଟା ୩୬ରେ ଆମ୍ବୁଲାନ୍ସ ସ୍ପଟ୍ରେ ପହଞ୍ଚିଥିଲା । ହେଲେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଆମ୍ବୁଲାନ୍ସକୁ କହିଥିଲେ କି ଦୁଇ ଜଣ ଯୁବତୀ ଦୁର୍ଘଟଣାର ଶିକାର ହୋଇ ପ୍ରାଇଭେଟ୍ ଗାଡ଼ିରେ ମେଡିକାଲ ଚାଲିଗଲେଣି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories