Balianta Murder Case / ସୌମ୍ୟ ହତ୍ୟା ମାମଲାରେ ସତ କ'ଣ ? ଆମ୍ବୁଲାନ୍ସ ଡ୍ରାଇଭର ଓ ଟ୍ରକ୍ ଡ୍ରାଇଭର କଲେ ବଡ଼ ଖୁଲାସା
·1 hour ago·3 min read

Key Points
ସୌମ୍ୟ ହତ୍ୟା ମାମଲାରେ ସତ କଣ?
ଷଡ଼ଯନ୍ତ୍ରର ବୁଢ଼ିଆଣୀ ଜାଲ ଖୋଜୁଛି NHRC !
ଭିଡ଼ ହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ?
ଷଡ଼ଯନ୍ତ୍ରର ବୁଢ଼ିଆଣୀ ଜାଲ ଖୋଜୁଛି NHRC !
ଭିଡ଼ ହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ?
ବାଲିଅନ୍ତା ବହୁ ଚର୍ଚ୍ଚିତ GRP କନେଷ୍ଟବଳ ସୌମ୍ୟରଞ୍ଜନ ଭିଡ଼ ହିଂସା ଓ ହତ୍ୟା ମାମଲାରେ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ଚମକାଇଲା ଭଳି ତଥ୍ୟ । ପ୍ରଥମେ କମିଶନରେଟ ପୋଲିସ ଏବେ କ୍ରାଇମବ୍ରାଞ୍ଚ ଓ ଜାତୀୟ ମାନବାଧିକାର କମିଶନ NHRC ର ଦୁଇ ଜଣିଆ ଟିମ୍ ଏହି ଘଟଣାର ଗୁମର ଖୋଲିବାରେ ଲାଗିଛନ୍ତି । ଏହାରି ଭିତରେ ଘଟଣା ଦିନ ସ୍ପଟ୍କୁ ଯାଇଥିବା ଆମ୍ବୁଲାନ୍ସ ଡ୍ରାଇଭର ଏବେ ଏମିତି କିଛି ବୟାନ ଦେଇଛନ୍ତି, ଯାହା ପୂରା ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଆଶଙ୍କାକୁ ସ୍ପଷ୍ଟ କରୁଛି । ଅନ୍ୟପଟେ ସୌମ୍ୟଙ୍କ ବାପା ମଧ୍ୟ ପୁଅର ସାଙ୍ଗ ଓମ୍ ଓ ଜଣେ ADGଙ୍କ ନାଁ ଆଣି ସାଂଘାତିକ ଅଭିଯୋଗ କରିଛନ୍ତି । କ'ଣ ଥିଲା ସେହିଦିନର ସତ ?
ସୌମ୍ୟ ହତ୍ୟାକାଣ୍ଡର ସତ ଖୋଜିବା ପାଇଁ ଏବେ ଜାତୀୟ ମାନବାଧିକାର କମିଶନ (NHRC)ର ଦୁଇ ଜଣିଆ ଟିମ୍ ଘଟଣା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜେରା କରୁଛି । ଆଉ ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଟ୍ରକ୍ ଡ୍ରାଇଭରଙ୍କ ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ଘଟଣା ଦିନ ଦିନ ୧୧ଟା ୬ ମିନିଟରେ ୧୦୮ ଆମ୍ବୁଲାନ୍ସକୁ କଲ୍ ଆସିଥିଲା, ଏବେ ୧୧ଟା ୩୬ରେ ଆମ୍ବୁଲାନ୍ସ ସ୍ପଟ୍ରେ ପହଞ୍ଚିଥିଲା । ହେଲେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଆମ୍ବୁଲାନ୍ସକୁ କହିଥିଲେ କି ଦୁଇ ଜଣ ଯୁବତୀ ଦୁର୍ଘଟଣାର ଶିକାର ହୋଇ ପ୍ରାଇଭେଟ୍ ଗାଡ଼ିରେ ମେଡିକାଲ ଚାଲିଗଲେଣି ।
ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଆମ୍ବୁଲାନ୍ସକୁ ମିଛ କହି ଫେରାଇ ଦିଆଯାଉଥିଲା, ଠିକ୍ ସେହି ସମୟରେ ପାଖ ପଡ଼ିଆରେ ସୌମ୍ୟଙ୍କ ହାତ ଗୋଡ଼ ବାନ୍ଧି ଲୋକେ ନିର୍ଧୁମ ମାଡ଼ ମାରୁଥିଲେ । ଏହାପରେ ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ନୁହେଁ, ବରଂ ଏକ ମିନି ଟ୍ରକ୍ରେ ମେଡିକାଲ ନିଆଯାଇଥିଲା ।
ଟ୍ରକ୍ ଡ୍ରାଇଭରଙ୍କ କହିବା ଅନୁଯାୟୀ, ପୋଲିସ ଗାଡ଼ି ଅଟକାଇ ସୌମ୍ୟଙ୍କୁ ଟ୍ରକ୍ରେ ଭର୍ତ୍ତି କରିଥିଲା ଏବଂ ସେତେବେଳେ ସୌମ୍ୟଙ୍କ ହାତ ଗୋଡ଼ ବନ୍ଧା ହୋଇଥିଲା ଓ ସେ କେବଳ ପାଟି ପାକୁ ପାକୁ କରୁଥିଲେ ।
ମେ' ୭ ତାରିଖରେ ବାଲିଅନ୍ତା ରାମଚନ୍ଦ୍ରପୁର କାଜ ନିକଟରେ କ'ଣ ଘଟିଥିଲା ? ସେଦିନ ଯାହା ହେଲା, ତାହା କେବଳ ଏକ ଦୁର୍ଘଟଣା ପରର ଉତ୍ତେଜନା ଥିଲା ନା ଏହା ପଛରେ ଥିଲା କୌଣସି ବ୍ଲୁ-ପ୍ରିଣ୍ଟ ? ବାଲିଅନ୍ତାର ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ଭିଡ଼ ହିଂସା ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି । ମୃତ ସୌମ୍ୟଙ୍କ ବାପା ସିଧାସଳଖ
ସୌମ୍ୟଙ୍କ ସାଙ୍ଗ ଓମ୍ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୌମ୍ୟଙ୍କ ବାପାଙ୍କ କହିବା କଥା, ପୂର୍ବରୁ ସତ୍ୟନଗର ଜିମ୍ରୁ ଓମ୍କୁ ସୌମ୍ୟ ବାହାର କରିଦେଇଥିଲେ । ସେହି ପୁରୁଣା ପ୍ରତିଶୋଧ ନେବା ପାଇଁ ଓମ୍ ଯୋଜନାବଦ୍ଧ ଭାବେ ଲୋକ ଲଗାଇ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଛି । କେବଳ ଓମ୍ ନୁହେଁ, ବରଂ ଏହି ଘଟଣାରେ ଜଣେ ADGଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ମେ' ୭ର ଏହି ଭୟଙ୍କର ଭିଡ଼ ହିଂସା ମାମଲାରେ ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । କାର୍ଯ୍ୟରେ ଅବହେଳା ପାଇଁ ବାଲିଅନ୍ତା ଥାନାର ୪ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ଏବଂ ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି ।
ସେପଟେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ADG ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ବଦଳି କରିଦେଇଛନ୍ତି । ଖୁବ୍ ଶୀଘ୍ର ADGଙ୍କୁ ମଧ୍ୟ ଜେରା କରାଯିବ ବୋଲି ସୂଚନା ମିଳୁଛି । ପ୍ରଶ୍ନ ଉଠୁଛି, ଆମ୍ବୁଲାନ୍ସକୁ ଫେରାଇ ଦେଲା କିଏ ? ଆମ୍ବୁଲାନ୍ସ ଫେରିଯିବା ପଛରେ କ'ଣ ରହିଛି ବଡ଼ ଷଡ଼ଯନ୍ତ୍ର ? ସେଦିନ ଘଟଣାସ୍ଥଳରେ ୪ ଜଣ ପୋଲିସ କର୍ମଚାରୀ ଓ ଦୁଇ ଜଣ ହାବିଲଦାର ଉପସ୍ଥିତ ଥିଲେ ମଧ୍ୟ ସେମାନେ କାହିଁକି ଭିଡ଼କୁ ଅଟକାଇଲେ ନାହିଁ ?

ଅଧିକ ପଢ଼ନ୍ତୁ: ସୌମ୍ୟ ଭିଡ ହତ୍ୟା ମାମଲା, ଗିରଫ ହେଲା ପ୍ରଦୀପ, ସଂଖ୍ୟା ପହଞ୍ଚିଲା ୧୮ରେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories