Videos
|
Odisha

Polygraph Test / ସୌମ୍ୟ ହତ୍ୟା: ମିଛ ଧରା ପରୀକ୍ଷାରେ ଗଙ୍ଗୱାରଙ୍କ ଲିଙ୍କ୍ ଖୋଜିଲା କ୍ରାଇମବ୍ରାଞ୍ଚ

Bikash Mohanty
Browse all articles by Bikash Mohanty
·2 months ago·3 min read
ସୌମ୍ୟ ହତ୍ୟା: ମିଛ ଧରା ପରୀକ୍ଷାରେ ଗଙ୍ଗୱାରଙ୍କ ଲିଙ୍କ୍ ଖୋଜିଲା କ୍ରାଇମବ୍ରାଞ୍ଚ
OM Prakash

Key Points

ସୌମ୍ୟ ହତ୍ୟା: ଗଙ୍ଗୱାରଙ୍କ ଲିଙ୍କ ଖୋଜିଲା କ୍ରାଇମବ୍ରାଞ୍ଚ
ମିଛଧରା ପରୀକ୍ଷା ବେଳେ ନର୍ଭସ ଥିଲା ଓମ୍
ପ୍ରଶ୍ନ ବେଳେ ବାରମ୍ବାର ପାଣି ମାଗୁଥିଲା ଓମ୍
ଅର୍ଗସ ହାତରେ ମିଛ ଧରା ପରୀକ୍ଷା ବେଳର ଏକ୍ସକ୍ଲୁସିଭ ତଥ୍ୟ
ଗଙ୍ଗୱାରଙ୍କ ଲିଙ୍କ ନେଇ ଓମଙ୍କୁ ପଚରାଯାଇଥିଲା ଅନେକ ପ୍ରଶ୍ନ

ଭୁବନେଶ୍ବର,୦୪/୦୭: ମିଛ ଧରା ପରୀକ୍ଷା ବେଳେ ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ଲିଙ୍କ ଖୋଜିଥିଲା କ୍ରାଇମବ୍ରାଞ୍ଚ । ପ୍ରଶ୍ନ ବେଳେ ବାରମ୍ବାର ପାଣି ମାଗିଥିଲା ଓମ । ବହୁ ଚର୍ଚ୍ଚତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ମୃତ ସୌମ୍ୟଙ୍କ ସାଙ୍ଗ ଓମଙ୍କର ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ ବା ମିଛ ଧରା ପରୀକ୍ଷା । ଲାଏ ଡିଟେକ୍ସନ ଟେଷ୍ଟ ବେଳେ ଅଧିକାଂଶ ପ୍ରଶ୍ନର ଉତ୍ତରରେ ଓମ ମିଛ କହିଥିବା ପ୍ରାଥମିକ ସୂଚନାରୁ ଜଣା ପଡିଛି । ବିଶେଷ କରି ସୌମ୍ୟ ହତ୍ୟାକାଣ୍ଡରେ ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ଭୂମିକା ନେଇ ପ୍ରଶ୍ନ କରାଯାଇଛି ।

ତଦନ୍ତକରି ଅଧିକାରୀଙ୍କ ସୂଚନା ଅନୁସାରେ, IPS ଲିଙ୍କ ନେଇ ଅଧିକାଂଶ ଉତ୍ତର ଦେବାବେଳେ ସୌମ୍ୟ ନର୍ଭସ ଇଯାଉଥିଲା । ଉତ୍ତର ଦେବାବେଳେ ଓମର ପାଟି ଖନି ବାଜୁଥିଲା । ବାରମ୍ବାର ପାଣି ମାଗୁଥିଲେ ଓମ୍ । ଆଉ ଏସବୁ ଲକ୍ଷଣରୁ ଓମ ମିଛ କହୁଥିଲେ ବୋଲି ଜଣା ପଡିଛି । ବିଶେଷ କରି ସତ୍ୟବିହାର ଜିମରେ କେବେଠୁ ଓମ ଯାଉଥିଲେ । ସେ ଜିମରୁ କାହିଁକି ତାଙ୍କୁ ସୌମ୍ୟ ବାହାର କରିଦେଲେ । ଜିମରେ IPSଙ୍କ ସହ କେତେଥର ଦେଖା ହୋଇଛନ୍ତି । ସୌମ୍ୟଙ୍କୁ ହତ୍ୟା ପଛରେ IPSଙ୍କ ଲିଙ୍କ କଣ ରହିଛି । ଏସବୁ ପ୍ରଶ୍ନ ର ଉତ୍ତର ଖୋଜିଥିଲା କ୍ରାଇମବ୍ରାଞ୍ଚ ।

ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଶୁକ୍ରବାର ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍‌ ପ୍ରକାଶଙ୍କର ପଲିଗ୍ରାଫ୍‌ ଟେଷ୍ଟ (ମିଛ ଧରା ପରୀକ୍ଷା) କରିଛି । ଘଟଣା ଦିନ କ’ଣ ଘଟିଥିଲା ସେ ବିଷୟରେ ପ୍ରକୃତ ସତ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏହି ଟେଷ୍ଟ କରାଇଛି । ସେଦିନ ସୌମ୍ୟଙ୍କ ସହ ଯାହା ଘଟିଥିଲା ସେ ବିଷୟରେ ଅଧିକ ତଥ୍ୟ ଓମ୍‌ ପାଖରେ ଥିଲା । କାରଣ ଘଟଣାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ କେବଳ ସୌମ୍ୟଙ୍କ ପାଖରେ ଥିଲା।

ପଢନ୍ତୁ ଏହି ଖବର: ୫୫ ଦିନ ପରେ ଲାଏ ଡିଟେକସନ୍ ଟେଷ୍ଟକୁ ନେଇ ଉଠିଲା ପ୍ରଶ୍ନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁର୍ବରୁ ଓମ୍ ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚକୁ ଓମ୍‌ ଅନେକ ତଥ୍ୟ ଦେଇଛନ୍ତି । ସେ କ୍ରାଇମ୍‌ବ୍ରାଞ୍ଚକୁ କହିଥିଲେ, ସୌମ୍ୟ ଓ ସେ ଗୋଟିଏ ବାଇକ୍‌ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍‌କୁ ଆସୁଥିଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ିଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍‌ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍‌ ସୌମ୍ୟଙ୍କୁ ବାତ ମାରିଥିଲା । ସେ ବାତ ମାରିବା ଭଳି ହେବା ସହ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମ୍‌ଙ୍କ ବେକକୁ ସୌମ୍ୟ ଜୋର୍‌ରେ ଧରି ପକାଇଥିଲେ । ଓମ୍‌ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମନ୍ୟ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍‌ ଅସ୍ୱାଭାବିକ ଆଚରଣ ଦେଖାଇବାକୁ ଲାଗିଲେ । ଜଣେ ଯୁବତୀଙ୍କ ସହ ଓମ୍‌ଙ୍କୁ ବି ହଠାତ୍‌ ମାଡ଼ ମାରିଥିଲେ ସୌମ୍ୟ । ତା’ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ । ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଥିଲେ । ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ ।

ଚାହୁଁ ଚାହୁଁ ଡକାଡ଼କି ହୋଇ ଲୋକମାନେ ମାଡି ଆସିଲେ । ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟି ପିଟି ମାରିଦେଲେ। ହେଲେ ସୌମ୍ୟଙ୍କ ପରିବାର ଲୋକ ଓମ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ତେବେ ଓମ୍‌ଙ୍କ କଥାରେ କେତେ ସତ ରହିଛି ତାହା ଜାଣିବା ପାଇଁ ଗତ ସପ୍ତାହରେ କ୍ରାଇମ୍‌ବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ପରେ ଓମ୍‌ ଙ୍କର ରସୁଲଗଡ଼ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଥିଲା । ପୁଲିସ୍‌ ପକ୍ଷରୁ ୩୦ରୁ ଅଧିକ ପ୍ରଶ୍ନ ତିଆରି କରାଯାଇଥିଲା । ଦୁଇ ଜଣ ଡାକ୍ତର ଓ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ପୁଲିସ୍‌ ଦେଇଥିବା ତଥ୍ୟ ଓ ପଲିଗ୍ରାଫ୍‌ ଟେଷ୍ଟ ତଥ୍ୟ କେତେ ସତ ତାକୁ ତର୍ଜମା କରାଯିବ । ଯଦି କିଛି ଫରକ ଥିବ ତା’ହେଲେ ଓମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ କହିଛନ୍ତି । ସେପଟେ ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି, ଦୁଇ ଜଣ ଯୁବତୀଙ୍କ ମଧ୍ୟ ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଉ । ସେମାନେ ଆମ ପୁଅ ନାଁରେ ଆଣିଥିବା ମିଥ୍ୟା ଅଭିଯୋଗ ପ୍ରମାଣ ହୋଇଯିବ।