Soumya Mob Lynching Case / ୫୫ ଦିନ ପରେ ଲାଏ ଡିଟେକସନ୍ ଟେଷ୍ଟକୁ ନେଇ ଉଠିଲା ପ୍ରଶ୍ନ
·2 hours ago·2 min read

Key Points
ଓମ୍ର ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ ବା ମିଛ ଧରା ପରୀକ୍ଷା । ଦୁଇ ଯୁବତୀ ଏବଂ ବାଲିଅନ୍ତା ଥାନାର ନିଲମ୍ବିତ ପୋଲିସ କର୍ମଚାରୀଙ୍କର କେବେ ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ମାଆ ?
ଭୁବନେଶ୍ଵର: ସୌମ୍ୟ ଭିଡ଼ ହିଂସା ହତ୍ୟା ଘଟଣାରେ ଓମ୍କୁ କ୍ରାଇମବ୍ରାଞ୍ଚର ୭୦ ପ୍ରଶ୍ନ । ତଦନ୍ତକାରୀ ଅଧିକାରୀ ଓ ଜଣେ ଡାକ୍ତରଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚର ସାଇଣ୍ଟଫିକ୍ ଟିମ୍ ଓମ୍ର ୩ଘଣ୍ଟା ଧରି ଲାଏ ଡିଟେକ୍ସନ ଟେଷ୍ଟ କରିଛନ୍ତି । ସୌମ୍ୟଙ୍କୁ ଫିଡ଼ସ୍ ମାରିବା କଥା ମିଛ ବୋଲି ଜଣାପଡିଛି ।
ଦୁଇ ଯୁବତୀ ଏବଂ ବାଲିଅନ୍ତା ଥାନାର ନିଲମ୍ବିତ ପୋଲିସ କର୍ମଚାରୀଙ୍କର କେବେ ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ମାଆ ? ଓମ୍ର ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ ବା ମିଛ ଧରା ପରୀକ୍ଷା । ପ୍ରାୟ ଦୁଇ ମାସ ପରେ କ୍ରାଇମବ୍ରାଞ୍ଚର ସାଇଣ୍ଟଫିକ୍ ଟିମ୍ ଓମ୍ର ଲାଏ ଡିଟେକ୍ସନ ଟେଷ୍ଟ କରିଛନ୍ତି । ଲାଏ ଡିଟେକ୍ସନ୍ ଟେଷ୍ଟ ବେଳେ ଉପସ୍ଥିତ ଥିଲେ ତଦନ୍ତକାରୀ ଅଧିକାରୀ ଏବଂ ଜଣେ ଡାକ୍ତର ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ନକଲି ‘ସ୍ପେଶାଲ ସ୍କ୍ବାଡ୍’ ସାଜି ଯୁବକଙ୍କୁ ଅପହରଣ, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍
ମିଛ ଧରା ପରୀକ୍ଷା ସମୟରେ କ୍ରାଇମବ୍ରାଞ୍ଚ ଓମ୍ଙ୍କୁ ପଚାରିଥିବା କିଛି ସମ୍ଭାବ୍ୟ ପ୍ରଶ୍ନ ଉପରେ ନଜର ପକାନ୍ତୁ ।
ମେ ୭ ତାରିଖ ଦିନ ରାମଚନ୍ଦ୍ରପୁର କାଜ ନିକଟରେ କଣ ଘଟିଥିଲା ? ଭୁବନେଶ୍ଵର ଆସୁଥିବା ବେଳେ କାହିଁକି ଫେରିଲେ ? ପର୍ସ ଛାଡ଼ିବା କଥା ସତ ନା ମିଛ ? ସୌମ୍ୟଙ୍କୁ ସେଦିନ ଫିଡ଼ସ୍ ମାରିଥିଲା ନା ମିଛ କହିଥିଲ ? ଓମ୍ ତୁମେ ସେ ଝିଅ ମାନଙ୍କ ସ୍କୁଟିରେ ଗାଡ଼ି ଧକ୍କା କରିଥିଲ ନା ତୁମକୁ ସୌମ୍ୟ କହିଥିଲେ ? ଝିଅମାନେ ତଳେ ପଡ଼ିବା ପରେ ସୌମ୍ୟ କେଉଁ ଭଳି ଆଚରଣ କରିଥିଲେ ? ଲୋକମାନେ ହାତଗୋଡ଼ ବାନ୍ଧି ବାଡ଼ଉଥିବା ବେଳେ କାହିଁକି ଅଟକାଇଲନି ? କାହିଁକି ସୌମ୍ୟର ଘର ଲୋକଙ୍କୁ ଜଣାଇଲନି ? ରଞ୍ଜିତ ପାତ୍ର ସହ ତମର ସମ୍ପର୍କ କଣ ? କାହାକୁ କାହାକୁ ଘଟଣା ଦିନ ଫୋନ୍ କରିଥିଲ ? ସୌମ୍ୟ ସହ ତୁମର ଗଣ୍ଡଗୋଳ ହୋଇଥିଲା କି ? ଏମିତି ଅନେକ ତମାମ ପ୍ରଶ୍ନ ର ଉତ୍ତର ଜାଣିବାକୁ ଓମ ଠାରୁ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ ।
କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ସତପଥୀ କହିଛନ୍ତି, "ସୌମ୍ୟଙ୍କୁ ଫିଡ଼ସ୍ ମାରିବା କଥା ମିଛ । ସୌମ୍ୟଙ୍କର ସେଭଳି କିଛି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ଓମ୍ର ବୟାନରେ ତାଳମେଳ ରହୁନଥିବାରୁ କ୍ରାଇମବ୍ରାଞ୍ଚକୁ ସନ୍ଦେହ ହେଲା କି ଓମ୍ ମିଛ କହୁଛି । ସେଥିପାଇଁ ତାର ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି ।
ମେ ୭ ତାରିଖ ଦିନ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ଗାଡ଼ି ଦୁର୍ଘଟଣାକୁ ନେଇ ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା କରିଥିଲେ ଲୋକେ । ଘଟଣାକୁ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା କାହିଁକି ବିଳମ୍ବରେ ଓମ୍ର ଲାଏ ଡିଟେକ୍ସନ ଟେଷ୍ଟ କରାଗଲା ସେନେଇ ସାଧାରଣ ରେ ପ୍ରଶ୍ନ ଉଠିଛି ।
ଏଥିସହ ପଢ଼ନ୍ତୁ: ଚୌଦ୍ବାର ଜେଲରେ HIV ଆତଙ୍କ, ୫ କଏଦୀ ପଜିଟିଭ ଚିହ୍ନଟ
କୌଣସି ଚାପରେ ଏଭଳି ଟେଷ୍ଟ କରାଯାଇଛି ନା ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତଙ୍କ ଠାରୁ ଓମ୍ଙ୍କ ବିରୋଧରେ କିଛି ତଥ୍ୟ ପାଇଛି ତଦନ୍ତକାରୀ ଟିମ୍ । GRP କନେଷ୍ଟବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ଘଟଣାରେ ବାଲିଅନ୍ତା ଥାନା ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ୯ ଜଣଙ୍କୁ ଗିରଫ କରିଛି । ଭାଇରାଲ ଭିଡିଓ ଆଧାରରେ ଆହୁରି ଅନେକ ଅଭିଯୁକ୍ତଙ୍କୁ ଚିହ୍ନଟ ଚିହ୍ନଟ କରାଯାଇଛି । ଖୁବ୍ଶୀଘ୍ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories