Soumya Murder Case / ସୌମ୍ୟ ରଞ୍ଜନଙ୍କ ହତ୍ୟା ମାମଲା, ଆଜି ଓଡ଼ିଶା ଆସିବେ NHRC ଟିମ୍ ଗ୍ରାଉଣ୍ଡ ଜିରୋରୁ କରିବେ ଯାଞ୍ଚ୍
·1 hour ago·2 min read

Key Points
ଭିଡ଼ ଭିତରେ ସୌମ୍ୟ ରଞ୍ଜନଙ୍କ ହତ୍ୟା ଘଟଣା
ଓଡ଼ିଶା ଆସିବେ ଜାତୀୟ ମାନବାଧିକାର କମିଶନ
ଗ୍ରାଉଣ୍ଡ ଜିରୋରୁ ଯାଞ୍ଚ୍ ଆରମ୍ଭ କରିବ ଟିମ
ଓଡ଼ିଶା ଆସିବେ ଜାତୀୟ ମାନବାଧିକାର କମିଶନ
ଗ୍ରାଉଣ୍ଡ ଜିରୋରୁ ଯାଞ୍ଚ୍ ଆରମ୍ଭ କରିବ ଟିମ
ଭୁବନେଶ୍ବର,୦୧/୦୬: ଭିଡ଼ ଭିତରେ ସୌମ୍ୟ ରଞ୍ଜନଙ୍କ ହତ୍ୟା ଘଟଣା। ଓଡ଼ିଶା ଆସିବେ ଜାତୀୟ ମାନବାଧିକାର କମିଶନ। ଆଜି ୫ଦିନିଆ ଭୁବନେଶ୍ବର ଗସ୍ତରେ ଆସିବେ କମିଶନଙ୍କ ୨ଜଣିଆ ସଦସ୍ୟ । ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ ତଦନ୍ତ। ହତ୍ୟା ଘଟଣାର ତନାଘନା କରିବେ NHRC ଟିମ୍ । ପ୍ରଥମେ ଗ୍ରାଉଣ୍ଡ ଜିରୋରୁ ଟିମ ଯାଞ୍ଚ୍ ଆରମ୍ଭ କରିବ । ବାଲିଅନ୍ତା ଯାଇ ସେଠାରେ ତଦନ୍ତ କରିବ ଟିମ । ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇ ଯୁବତୀ, ସେଠାରେ ଥିବା ସାକ୍ଷୀ ଓ ଘଟଣା ବେଳେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ କରିବେ ପଚରାଉଚରା। ଭିଡ଼ ଭିତରେ କିପରି ହେଲା ମୃତ୍ୟୁ ତାହାର କରିବେ ଯାଞ୍ଚ୍। ବରିଷ୍ଠ ପୋଲିସ ଅଧିକାରୀ ମାନେ ନିଜ କ୍ଷମତାର ଅପବ୍ୟବହାର କରି ତଳିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଓ ଘରୋଇ କାମରେ ଲଗାଇଥିବା ଅଭିଯୋଗ ଉପରେ ମଧ୍ୟ କରିବେ ତଦନ୍ତ। ଘଟଣା ସମ୍ବନ୍ଧରେ ରେଲୱେ ଏସଆରପି ଓ ପୋଲିସ କମିଶନରଙ୍କ ସହ କରିବେ ଆଲୋଚନା
ଗତ ମେ’୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା।ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେଲୋକମାନେସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାର ପ୍ରଥମେ କମିଶନରେଟ ପୁଲିସ ତଦନ୍ତ କରିଥିଲା। ପରେ ଏହି ଘଟଣାକୁ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ଘଟଣାରେ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ସଂଖ୍ୟ ଆହୁରି ବଢିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସୌମ୍ୟଙ୍କ ବାପା ଓ ମା’ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସୌମ୍ୟଙ୍କ ପରିବାର କେବଳ କ୍ରାଇମ ବ୍ରାଚଂ ନୁହେଁ ସିବିଆଇ ତଦନ୍ତ ଦାବୀ କରିଛନ୍ତି।
ପଢନ୍ତୁ ଏହି ଖବର: ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ଏବେ ସୁଦ୍ଧା ୧୭ ଅଭିଯୁକ୍ତ ଗିରଫ
ଶନିବାର ଦିନ ଡହ ଡହ ଖରାରେ କାନି ପତାଇ ନ୍ୟାୟ ଭିକ୍ଷା କରିଛନ୍ତି ବାଲିଅନ୍ତା ଭିଡ଼ ହିଂସାରେ ମୃତ୍ୟୁ ହୋଇଥିବା ସୌମ୍ୟଙ୍କ ମାଆ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି ଜଣାଇଛନ୍ତି ପରିବାର। ଆଉ ନିଲମ୍ବିତ ପୋଲିସଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି ହୋଇଛି ।
ଅଡ଼ଶପୁରରୁ ଲୋୟର ପିଏମ୍ଜି। ବାଲିଅନ୍ତା ଭିଡ଼ ହିଂସାରେ ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାରେ ପୁରା ପରିବାର । ଡହ ଡହ ଖରାରେ କାନି ପତେଇ ନ୍ୟାୟ ମାଗିଛି ମାଆ । କାନ୍ଦ ବୋବାଳିରେ ଫାଟି ପଡ଼ିଛି ଧାରଣାସ୍ଥଳ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି ଜଣାଇଛି ପୁରା ପରିବାର । ୭ ଦିନ ମଧ୍ୟରେ ଦିଆ ଯାଇଥିବା ଦାବି ପୂରଣ ନହେଲେ ପୁଣି ଥରେ ପ୍ରତିବାଦ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ସୌମ୍ୟଙ୍କ ମାଆ । ନିଲମ୍ବିତ ହୋଇଥିବା ପୋଲିସଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି ଜୋର ଧରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories