Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Soumya Murder Case / ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ... କାନ୍ଦି କାନ୍ଦି ଗାଉଛନ୍ତି ସୌମ୍ୟରଞ୍ଜନଙ୍କ ଗୁଣ

Rashmita Mishra
Browse all articles by Rashmita Mishra
·2 months ago·2 min read
ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ... କାନ୍ଦି କାନ୍ଦି ଗାଉଛନ୍ତି ସୌମ୍ୟରଞ୍ଜନଙ୍କ ଗୁଣ
Soumya Murder Case

Key Points

ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ...
କାନ୍ଦି କାନ୍ଦି ଗାଉଛନ୍ତି ସୌମ୍ୟରଞ୍ଜନଙ୍କ ଗୁଣ । 

ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ... କାନ୍ଦି କାନ୍ଦି ଗାଉଛନ୍ତି ସୌମ୍ୟରଞ୍ଜନଙ୍କ ଗୁଣ । ସମସ୍ତଙ୍କ ମୁହଁରେ ସୌମ୍ୟରଞ୍ଜନଙ୍କୁ ନେଇ ଗୋଟିଏ କଥା ''ଆମ ପୁଅ ବହୁତ ଭଲ ଥିଲା'' ।

ଲୁହ , କାନ୍ଦ , ଅସହାୟ.. ସତେ ଯେମିତି ପରିବାର ଉପରେ ଏକା ସାଙ୍ଗରେ ଦାଉ ସାଧିଛନ୍ତି । କାନ୍ଦର କୋଳାହର ଭିତରୁ ଛୁଟି ଆସୁଛି ସୌମ୍ୟରଞ୍ଜନଙ୍କର ଗୁଣର ପ୍ରସଂଶା । ପୁରା ଗାଁ ଏବେ ସୌମ୍ୟରଞ୍ଜନଙ୍କୁ ହରାଇ କାନ୍ଦୁଛି । ଲୁହର ଲମ୍ବା ଧାର ଆଖିରୁ ଝରି ଚାଲିଛି ।

ମା'ର ଖାଲି କୋଳ ଏବେ ଚିତ୍କାର କରି କହୁଛି । ମୋ ପୁଅକୁ କିଏ ମୋତେ ଫରାଇ ଦିଅ । ବାପାଙ୍କ ଠାରୁ ଅଜା ସମସ୍ତ ଥର ଥର କଣ୍ଠରେ ସୌମ୍ୟରଞ୍ଜନକୁ ନେଇ ଗୁଣଗାନ । ସେ କେତେ ଭଲ ଥିଲେ । ଗାଁ ଲୋକଙ୍କୁ କେତେ ଭଲ ପାଉଥିଲେ । ପାଠ ପଢ଼ିବା ପାଇଁ କେତେ ପରିଶ୍ରମ କରୁଥିଲେ । କାନ୍ଦି କାନ୍ଦି ସମସ୍ତେ କହି ଯାଉଛନ୍ତି ।

ସୌମ୍ୟରଞ୍ଜନ ଦେଖିବାକୁ ସିନା ବହୁତ ହୃଷ୍ଟପୃଷ୍ଟ ଥିଲେ କିନ୍ତୁ ତାଙ୍କ ହୃଦୟ ବହୁତ କୋମଳ ଥିଲା। କାହାକୁ ରାଗିକି କଥା ପଦେଇ କହି ନାହାଁନ୍ତି । ଗାଁ ଲୋକଙ୍କୁ ବହୁତ ଭଲ ପାଉଥିଲେ । ରାସ୍ତା ଚାଲିକି ଗଲା ବେଳେ ବୁଡ଼ି ମା ଠାରୁ ବୁଢ଼ା ଅଜା ସମସ୍ତଙ୍କ ସହ ମଜା ମସ୍ତି କରୁଥିଲେ । ଯାହାକୁ ଏବେ ପୁରା ଗାଁ ଝୁରୁଛି । ଯିଏ ତା ଜୀବନରେ ଆଗକୁ ବଢ଼ିବା ପାଇଁ ବହୁତ କଷ୍ଟ କରିଥିଲା ସେ ତା ଜୀବନକୁ ଭଲରେ ବଞ୍ଚିପାରିଲା ନାହିଁ ବୋଲି କହୁଛନ୍ତି ସମସ୍ତେ । ବିନା ଦୋଷରେ ଆଜି ସୌମ୍ୟରଞ୍ଜନଙ୍କୁ ଦଣ୍ଡ ମିଳିଛି । ଏମିତି କହି କହି ଅଜାଙ୍କ ଆଖିରେ ବି ଲୁହ ଅଟକୁ ନାହିଁ ।

ଏଥିସହ ପଢ଼ନ୍ତୁ : ବୟଫ୍ରେଣ୍ଡ୍ ରୁମରେ ଗାର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ, ୪ ଛାତ୍ର ଗିରଫ

ଯେଉଁ ମା ଗୋଟିଏ ଭେଣ୍ଡିଆ ପୁଅକୁ ହରାଇଛି ତା ଛାତି ବା କେମିତି ସହିବ । ସେ କଣ ଆଉ କେବେ ହସି ପାରିବ ନା ତା ପୁଅକୁ କେବେ ଆଉ ନିଜ କୋଳରେ ଧରିପାରିବ। ତାଙ୍କ ପୁଅ ପରେ ଅଫେରା ରାଇଜର ରାଜକୁମାର ପାଲଟି ଯାଇଛନ୍ତି । ପୁଅ ରାଇଜର ରାଜା ହେଲେ ମା' ବହୁତ ଖୁସି ହୁଏ । କିନ୍ତୁ ସୌମ୍ୟରଞ୍ଜନ ଏମିତିକା ରାଇଜର ରାଜା ହୋଇଛନ୍ତି ଯେ ମାର ଆଖିରୁ ଲୁହ ସୁଖୁ ନାହିଁ । ପଣତ ଟେକି ପୁଅକୁ ଫେରାଇ ଦେବା ପାଇଁ ଗୁହାରି କରୁଛନ୍ତି ।

ଯେଉଁ ବାପା ପୁଅକୁ ନେଇ ଗର୍ବ କରୁଥିଲେ। ଶେଷ ସମୟରେ ସାହାର ହେବେ ବୋଲି ଭାବିଥିଲେ। ସେହି ବାପାର କାନ୍ଧ ପୁଅର ଶବକୁ ବୋହିବ। କେମିତିବା ଏ ପ୍ରଭୁଙ୍କର ବିଧାନ। ଏତେ ଦୁଃଖ କଣ ପାଇଁ। ପୁଅକୁ ହରାଇ ଆବାକ ହୋଇପଡ଼ିଛନ୍ତି ଏହି ବାପା ଜଣକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Soumya Murder Case | Family and Villagers Break Down Remembering Soumyaranjan | Argus News