Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Soumya Murder Case / ବାଲିଅନ୍ତାରେ ସୌମ୍ୟରଂଜନ ହତ୍ୟା ଘଟଣା: ''ମସ୍ତିଷ୍କରେ ଭୟଙ୍କର ରକ୍ତସ୍ରାବ ଓ ଆଘାତରୁ ମୃତ୍ୟୁ''

Rashmita Mishra
Browse all articles by Rashmita Mishra
·1 month ago·2 min read
ବାଲିଅନ୍ତାରେ ସୌମ୍ୟରଂଜନ ହତ୍ୟା ଘଟଣା: ''ମସ୍ତିଷ୍କରେ ଭୟଙ୍କର ରକ୍ତସ୍ରାବ ଓ ଆଘାତରୁ ମୃତ୍ୟୁ''
Soumya Murder Case

Key Points

ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ
ବାଲିଅନ୍ତାରେ ସୌମ୍ୟରଂଜନଙ୍କୁ ପିଟିପିଟି ହତ୍ୟା ଘଟଣା
ସାମ୍ନାକୁ ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ
ବ୍ୟବଚ୍ଛେଦ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ
ମୃତକଙ୍କ ଶରୀରରେ ମୋଟ ୨୧ଟି ବାହ୍ୟ ଆଘାତ ଚିହ୍ନ

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମୃତକଙ୍କ ଶରୀରରେ ଥିଲା ୨୧ଟି ଆଘାତ ଚିହ୍ନ ... ମୁଣ୍ଡରୁ ପିଠି, ବେକରୁ ହାତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିଲା କ୍ଷତ ... ମସ୍ତିଷ୍କରେ ଭୟଙ୍କର ରକ୍ତସ୍ରାବ ଓ ଆଘାତରୁ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତରୀ ଟିମ୍ । ଆଘାତ କଠିନ ଓ ଭାରୀ ବସ୍ତୁର ପ୍ରହାରରୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି...

ବାଲିଅନ୍ତାରେ ସୌମ୍ୟରଂଜନଙ୍କୁ ପିଟିପିଟି ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ମୃତକଙ୍କ ଶରୀରରେ ମୋଟ ୨୧ଟି ବାହ୍ୟ ଆଘାତ ଚିହ୍ନ ରହିଛି। ମୁଣ୍ଡ, ମୁହଁ, ବେକ, ପିଠି, ହାତ ଓ ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା ।

ଡାହାଣ ଆଖି ଉପରେ ଗଭୀର ଆଘାତ ଓ ପିଠିରେ ମଧ୍ୟ ଗଭୀର କ୍ଷତ ରହିଥିଲା । ଉଭୟ ହାତ ଉପରେ ଗଭୀର କ୍ଷତ ଚିହ୍ନ ମିଳିଛି । ଯାହା ବାନ୍ଧି ରଖାଯାଇଥିବା କିମ୍ବା ଜୋରକରି ଧରାଯାଇଥିବା ଯୋଗୁ ସୃଷ୍ଟି ହୋଇଛି । ବାମ ଆଖିରେ ରକ୍ତସ୍ରାବ ହୋଇଥିଲା । ସମ୍ପୂର୍ଣ୍ଣ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ବିଭିନ୍ନ ଭାଗରେ ରକ୍ତସ୍ରାବ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ମିଳିବା ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ବୁଡିବା ପରେ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା, ରିପୋର୍ଟ ଉପରେ ପରିବାରର ସନ୍ଦେହ

ବେକର ମାଂସପେଶୀରେ ମଧ୍ୟ ରକ୍ତସ୍ରାବ ହୋଇଥିଲା । ଉଭୟ ଫୁସଫୁସରେ ରକ୍ତ ଜମା ଅବସ୍ଥା ଥିଲା । ଡାକ୍ତରଙ୍କ ମତରେ ସମସ୍ତ ଆଘାତ ଜୀବିତ ଅବସ୍ଥାରେ ଲାଗିଥିଲା । କଠିନ ଓ ଭାରୀ ବସ୍ତୁର ଆଘାତରୁ ଏହି କ୍ଷତ ସୃଷ୍ଟି ହୋଇଥିବା ଡାକ୍ତର ମତ ଦେଇଛନ୍ତି ।

ମସ୍ତିଷ୍କର ରକ୍ତସ୍ରାବ ଓ ତାହାର ଜଟିଳତା ଯୋଗୁଁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ମୃତ୍ୟୁ ପରେ ପ୍ରାୟ ୧୨ରୁ ୨୪ ଘଣ୍ଟା ମଧ୍ୟରେ ପୋଷ୍ଟମର୍ଟମ କରାଯାଇଥିଲା । ବିଷାକ୍ତ ପଦାର୍ଥ କିମ୍ବା ନିଶାଦ୍ରବ୍ୟ ସେବନ ହୋଇଥିଲା କି ନାହିଁ, ତାହା ଜାଣିବା ପାଇଁ ଭିସେରା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରାଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Soumya Murder Case | Soumyaranjan Murder Case: Death Caused by Severe Brain Hemorrhage, Report Reveals | Argus News