CM Inspects Flood Situation / ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, କୋଟପାଡ଼ରେ ବୋଟ୍ରେ ଯାଇ ଦେଖିଲେ ବନ୍ୟାଞ୍ଚଳ
·1 hour ago·2 min read

Key Points
ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
କୋଟପାଡରେ ବୋଟ୍ରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବନ୍ୟାସ୍ଥିତି ଦେଖିଛନ୍ତି

ଜୟପୁର,୨୭/୦୯: ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ। ଏରିଅଲ ସର୍ଭେ ପରେ ଜୟପୁରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରୁ କୋଟପାଡ ଯାଇ ବନ୍ଯାଞ୍ଚଳ ପରିଦର୍ଶନ କରିଛନ୍ତି । ବୋଟରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବନ୍ୟା ସ୍ଥିତି ଦେଖିଛନ୍ତି । ସେଠାରେ ଆଶ୍ରୟସ୍ଥଳରେ ଥିବା ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି`
ଲଗାଣ ବର୍ଷା ପରେ କୋରାପୁଟ କୋଟପାଡ ବ୍ଲକରେ ସ୍ଥିତି ସଙ୍ଗୀନ ରହିଛି । ଜଳବନ୍ଦୀ ଅବସ୍ଥାରେ ୪ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ରହିଛି । ୩ ଦିନ ହେଲା ଲୋକଙ୍କୁ ଜଳବନ୍ଦୀ ସ୍ଥାନରୁ ସ୍ଥାନାନ୍ତର ପାଇଁ ODRAF ଓ ଅଗ୍ନିଶମ ବାହାନୀ ଲାଗିଛନ୍ତି । ଅଗ୍ନିଶମ ବାହିନୀର ୨ଟି ଓ ODRAFର ୪ଟି ବୋଟ୍ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।
ଇନ୍ଦ୍ରାବତୀ ଡ୍ୟାମର ୩ଟି ଓ ମୁରାନ ଡ୍ୟାମର ୨ଟି ଗେଟ୍ ଖୋଲିବା ଫଳରେ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ତେବେ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ମଧ୍ୟରେ ସମସ୍ତ ଗେଟ୍ ବନ୍ଦ କରିବା ପରେ ନବରଙ୍ଗପୁର ସହରର ଜଳବନ୍ଦି ଅଞ୍ଚଳରୁ ପାଣି କମିଛି। କିନ୍ତୁ ଏବେ ବି କୋଷାଗୁମୁଡ଼ା ବ୍ଲକର ୧୫ ଗାଁ ଜଳବନ୍ଦି ହୋଇ ରହିଛି | ବନ୍ୟା ଯୋଗୁଁ ଶହ ଶହ ଏକର ଜମିରେ ଧାନ, ମକା ଫସଲ ଓ ପନିପରିବା ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା, କଲଭର୍ଟ, ଅସ୍ଥାୟୀ ପୋଲ ଧୋଇଯାଇଥିବା ବେଳେ ସ୍କୁଲର ପାଚେରି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପ୍ରାଥମିକ ଆକଳନରୁ ଜିଲ୍ଲାରେ ଦେଢ଼ଶହରୁ ଉର୍ଦ୍ଧ ଘର ଭାଙ୍ଗିଥିବା ଜଣାପଡିଛି| ତେବେ ସମସ୍ତ ଅଞ୍ଚଳରେ ବନ୍ୟା ପାଣି କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଏହି ଖବର: ଆଜି ରାଜ୍ୟରେ ପ୍ରବଳ ବର୍ଷା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ଷା, ପବନ ଯୋଗୁଁ ଶନିବାର ସନ୍ଧ୍ୟା ଯାଏଁ ନବରଙ୍ଗପୁର ସହରର ଅର୍ଦ୍ଧାଧିକ ଅଞ୍ଚଳ ଏବଂ ୫ ବ୍ଲକରେ ବିଦ୍ୟୁତ୍ ସଂଯୋଗ ନଥିଲା। ଲୋକେ ପାଣି ଘେରରେ ନିଜ ଜୀବନକୁ ବିପନ୍ନ କରି ଅନ୍ଧାରରେ ରହିବାକୁ ପଡ଼ିଥିଲା। ଗତକାଲି ଇନ୍ଦ୍ରାବତୀ ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କ ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ଖୋଜାଖୋଜି ଜାରି ରଖିଛନ୍ତି।
ଅବପାତ ଜନିତ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମହାନଦୀରେ ପୁଣି ଏକ ଛୋଟ ବନ୍ୟା ଆସୁଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି

Related Topics
Explore more stories