Heavy Rain / ଆଜି ରାଜ୍ୟରେ ପ୍ରବଳ ବର୍ଷା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
·1 hour ago·2 min read

Key Points
ଦୁର୍ବଳ ହେଲା ଅବପାତ, ଏବେ ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଦୁର୍ବଳ ହୋଇ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା
ଆଜି ବି ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତାକାଲିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ

ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି ଗଭୀର ଅବପାତ। ବର୍ତ୍ତମାନ ଅବାପାତ ଟି ଉତ୍ତରପଶ୍ଚିମ ମଧ୍ୟ ପ୍ରଦେଶ ଓ ପାଶ୍ୱବର୍ତୀ ଉତ୍ତର ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଆଗକୁ ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ପାଇଁ କଟକ, ଜଗତସିଂହପୁର, କେନ୍ଦ୍ରାପଡା,ଯାଜପୁର, ଭଦ୍ରକ ,ବାଲେଶ୍ୱର କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଆସନ୍ତାକାଲିଠୁ ରାଜ୍ୟରେ ସମ୍ପୂର୍ଣ ପାଗର ମିଜାଜ ବଦଳିବା ସହ ବର୍ଷା କମିବା ନେଇ ସୂଚନା ରହିଛି। ସେଥିଲାଗି ଆସନ୍ତାକାଲି ପାଇଁ କୌଣସି ଚେତାବନୀ ଜାରି ହୋଇ ନାହିଁ।''
ବର୍ଷା ରାଜ୍ୟରେ ସାମାନ୍ୟ କମିଥିବାବେଳେ ପୁଣି ଆଜି ବର୍ଷା ହେବ ବୋଲି ସୂଚନା ରହିଛି। ତେବେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଗତକାଲି ଆପଣ ଜାଣିଥିବେ ପୁରୀ ସମୁଦ୍ରର କରାଳ ରୂପ! ପାଦ ପକାଇଲେ ଟାଣି ନେଉଛି ଜୁଆର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ। ପୁରୀରେ ଆଖି ସାମ୍ନାରେ ଗର୍ଜୁଛି ସମୁଦ୍ର। ବିକଟାଳ ଶବ୍ଦ କରି ମାଡ଼ି ଆସୁଛି ବଡ଼ ବଡ଼ ଜୁଆର। ଯେଉଁଠି କିଛି ଦିନ ତଳେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା, ଏବେ ସେଠାରେ ଭୟର ବାତାବରଣ। ପୁରୀ ସମୁଦ୍ରକୂଳରେ ଦେଖିବାକୁ ମିଳୁଛି ସମୁଦ୍ରର ଏଭଳି କରାଳ ରୂପ, ଯାହା ସ୍ଥାନୀୟ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଚିନ୍ତା ବଢ଼ାଇ ଦେଇଥିଲା।''
ଏଥିସହ ପଢ଼ନ୍ତୁ: ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର
ସମୁଦ୍ରରୁ ଆସୁଥିବା ବଡ଼ ବଡ଼ ଢେଉ କୂଳକୁ ଧକ୍କା ଦେଉଛି। ପ୍ରାୟ ୪ରୁ ୫ ଫୁଟ ଉଚ୍ଚ ଜୁଆର କୂଳ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଉଛି। ପ୍ରତ୍ୟେକ ଢେଉ ସହ ବାଲି ଓ ପାଣି ଭିତରକୁ ପଶୁଥିବାରୁ ବେଳାଭୂମିର ଚିତ୍ର ମଧ୍ୟ ବଦଳିବାରେ ଲାଗିଛି। ବାଲି ଅତଡ଼ା ମଧ୍ୟ ଖସିବା ଆରମ୍ଭ କରିଛି। ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ବାଲି ଖସିଥିବା କୁହାଯାଉଛି। ଫଳରେ ସମୁଦ୍ର ଓ ମୁଖ୍ୟ ରାସ୍ତା ମଧ୍ୟରେ ଥିବା ଦୂରତା ମଧ୍ୟ କମି ଆସୁଛି।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories