Videos
|
Odisha

Trees Block Roads / ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ, ଗଛ ଭାଙ୍ଗି ରାସ୍ତା ଅବରୋଧ

Bikash Mohanty
Browse all articles by Bikash Mohanty
·2 hours ago·2 min read
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ, ଗଛ ଭାଙ୍ଗି ରାସ୍ତା ଅବରୋଧ
Fallen Trees

Key Points

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ
ଗଜପତିରେ ଗଛ ଭାଙ୍ଗି ରାସ୍ତା ଅବରୋଧ
ପଟାଙ୍ଗିରେ ୧୩୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି

ପାରଳାଖେମୁଣ୍ଡି,୨୮/୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ପଡ଼ିଛି ଗଜପତି ଜିଲ୍ଲାରେ। ବାତ୍ୟା ‘ଅର୍ଣ୍ଣବ’ରପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। 326 A ଜାତୀୟ ରାଜପଥ ସାରା ଗଛପଡି ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବାହିନୀ ,ପୋଲିସ ଓ ବନ ବିଭାଗର ରାସ୍ତାରୁ ଗଛ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି। ପାଞ୍ଚାମ୍ବ ସେଣ୍ଟ୍ରାଲ ସ୍କୁଲ ଠାରେ ଓ ସାତବାହାଡ଼ା ଛିଟିଂ ଘାଟି ,ଏକଲବ୍ୟ ମଡେଲ ସ୍କୁଲ,ହନୁମାନ ମନ୍ଦିର ଚାନ୍ଦିପୁଟ ଠାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଅନେକ ସଂଖ୍ୟାରେ ଗାଡ଼ି ଅଟକି ରହିଛି ଏବଂ ଯାତାୟତ ଠପ୍ ହୋଇ ଯାଇଛି।

ସେପଟେ ବାତ୍ୟା ‘ଅର୍ଣ୍ଣବ’Jପ୍ରଭାବ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ପଟ୍ଟାଙ୍ଗି ଅଞ୍ଚଳରେ ଯୋରଦାର ପବନ ଏବଂ ଲଗାତାର ବର୍ଷା ଜାରି ରହିଛି।ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ବର୍ଷା ଓ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ମୋଟ ୧୩୨ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ଅଧିକାରୀମାନେ ରାତି ତମାମ ବ୍ଲକର ୧୪ଟି ପଞ୍ଚାୟତରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ଟି ସ୍ଥାନରେ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଛି। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି।

ପଢନ୍ତୁ ଏହି ଖବର: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ପ୍ରବଳ ବର୍ଷା, ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମିଳିଥିବା ସୂଚନା ଅନୁଯାୟୀ, ବର୍ଷା ଓ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ମୋଟ ୧୩୨ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଦାଣ୍ଡୁଗୁଡ଼ା ଆଶ୍ରୟସ୍ଥଳୀରେ ୮୬ ଜଣ, ତଳଗୋଲୁରରେ ୨୫ ଜଣ, ପୁକାଲିରେ ଜଣେ ଏବଂ ଆମ୍ଫାବାଲିରେ ୨୦ ଜଣଙ୍କୁ ଆଶ୍ରୟ ଦିଆଯାଇଛି।ପଟ୍ଟାଙ୍ଗି ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ୧୫୧.୮ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଏହା ସହ ହାଲୁକା ପବନ ମଧ୍ୟ ଚାଲୁଥିବା ଜଣାପଡ଼ିଛି।ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ରାସ୍ତାରୁ ଭଙ୍ଗା ଗଛଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଛି।


ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁଁ କିଛି ସ୍ଥାନରେ ମାଟି ଘର ଧୋଇଯିବା ସହ ଘରଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।ସମ୍ଭାବ୍ୟ ବିପଦକୁ ନଜରରେ ରଖି ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ସଜାଗ ରହିଛନ୍ତି। ଯେକୌଣସି ଆପତକାଳୀନ ପରିସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରାସ୍ତା ସଫା କାର୍ଯ୍ୟ କରିବା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନଜରରେ ରଖି ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ସହ ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିରେ କୌଣସି ପରିବର୍ତ୍ତନ କିମ୍ବା ଅତିରିକ୍ତ ଲୋକଙ୍କୁ ସ୍ଥାନାନ୍ତର କରାଗଲେ ତୁରନ୍ତ ରିପୋର୍ଟ କରିବା ସହ ସମୟୋଚିତ ଅପଡେଟ୍ ଦେବାକୁ ମଧ୍ୟ କୁହାଯାଇଛି।ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ପଟ୍ଟାଙ୍ଗି ଅଞ୍ଚଳରେ ପରିସ୍ଥିତି ଉପରେ ନିରନ୍ତର ନଜର ରହିଛି।