School Closed / ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ପ୍ରବଳ ବର୍ଷା, ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି ବନ୍ଦ
·1 hour ago·2 min read

Key Points
'ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।
ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । ବାତ୍ୟା ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ କରିବା ପ୍ରକ୍ରିୟା ସରିବା ପାଇଁ ଆହୁରି ଘଣ୍ଟାଏ ସମୟ ଲାଗିବ । ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।ପ୍ରଭାବରେ ବର୍ତ୍ତମାନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି । ପାଖାପାଖି ଦିନ ୧୨ ଟାରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ' । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ପର୍ଯ୍ୟନ୍ତ ରହିବ ।''
.ଯାଜପୁରରେ ସ୍କୁଲ ବନ୍ଦ:
'ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଯାଜପୁର ଜିଲ୍ଲାରେ ସକାଳୁ ଲାଗି ରହିଛି ତୁହାକୁ ତୁହା ବର୍ଷା l ଗତକାଲି ଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଥିଲା । ଆଜି ସକାଳୁ ଲଗାଣ ବର୍ଷା ଲାଗିରହିଛି l
ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେବା ସହ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ବର୍ଷା ଯୋଗୁଁ ରାସ୍ତାଘାଟରେ ଲୋକଙ୍କ ଚଳପ୍ରଚଳ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ତେବେ ବର୍ଷା ଆହୁରି ଅଧିକ ବଢ଼ିଲେ ଚାଷୀଙ୍କ ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ଏବେ ଧାନ ଫସଲ ପାଇଁ ବର୍ଷାର ପ୍ରଭାବକୁ ନେଇ ଚାଷୀମାନେ ଆଶଙ୍କାରେ ରହିଛନ୍ତି । ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପାଗ ପରିବର୍ତ୍ତନ ସହ ବର୍ଷା ହୋଇଥିବାରୁ ଆଗାମୀ ସମୟରେ ପାଗର ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ବେଳେ ଦିଗ ବଦଳାଇଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ! ଆହୁରି ଲାଗିବ ୨ ଘଣ୍ଟା
ସେପଟେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ ରେ ତୁହାକୁ ତୁହା ପ୍ରବଳ ବର୍ଷା ହେତୁ ପଟ୍ଟାଙ୍ଗି ବ୍ଲକ ନୂଆଗାଁ ପଂଚାୟତର ବଡାପାଡୁ ରାସ୍ତାରେ ପାଣି ୩ରୁ ଚାରି ଫୁଟ ବହୁଥିବା ଦେଖିବାକୁ ମିଳିଛି l ଯାହା ଦ୍ଵାରା ଗମନାଗମନ ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି। ବିଶେଷ ଭାବେ ଏହି ରାସ୍ତା ଦେଇ ନୂଆଗାଁ, କର୍ତ୍ତାଲମାଡି, ସମେତ ୧୦ ଖଣ୍ଡ ଗାଁବାସୀ ଯିବାଆସିବା କରିଥିବା ସୂଚନା ଦେଇଛନ୍ତି ପଂଚାୟତ ନିର୍ବାହୀ ଯନ୍ତ୍ରୀ।''ଆନ୍ଦ୍ର ପ୍ରଦେଶ କାକୀନାଡା ଓ ୟାନାମ ମଝିରେ ବାତ୍ୟା ଅର୍ଣ୍ଣବର ପ୍ରଭାବ। ଅନେକ ସ୍ଥାନ ହେଲା ଜଳମଗ୍ନ ଓ ଭାଙ୍ଗିଲା ବିଶାଳ ଗଛ। ଯାହା ଫଳରେ ବାଧାପ୍ରାପ୍ତ ହୋଇଛି ଜାତାୟତ। କାକିନାଡ଼ା କୋରିଙ୍ଗା ବନ୍ୟ ସଂରକ୍ଷଣ ରାସ୍ତାରେ ଭାଂଗିଲା ବିଶାଳ ବିଶାଳ ସହ ସହ ଗଛ ।''
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics
Explore more stories