Southwest Monsoon / ୩ରୁ ୪ ଦିନରେ ମୌସୁମୀ ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ; ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
·1 hour ago·2 min read

Key Points
ଆସୁଛି ମୌସୁମୀ, ଆଣିବ ଆଶ୍ଵସ୍ତି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ କେତେକ ଅଞ୍ଚଳକୁ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି ।
ଭୁବନେଶ୍ଵର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେଉଛି । ଜୁନ୍ ୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (Southwest Monsoon) ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ, ସମଗ୍ର ଉତ୍ତର-ପୂର୍ବ ବଙ୍ଗୋପସାଗର, ଭତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ, ସମଗ୍ର ନାଗାଲାଣ୍ଡ, ମଣିପୁର ଓ ମିଜୋରାମ ଏବଂ ତ୍ରିପୁରା, ଆସାମ ଓ ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳକୁ ଅଗ୍ରସର ହୋଇଛି ।
ଆଗାମୀ ୩ରୁ ୪ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର ଆଉ କିଛି ଅଞ୍ଚଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନାର କେତେକ ଅଞ୍ଚଳ, ଆନ୍ଧ୍ରପ୍ରଦେଶର ଆଉ କିଛି ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ, ଛତିଶଗଡ଼ ଓ ଓଡ଼ିଶାର କେତେକ ଅଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଅଞ୍ଚଳ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକ୍କିମର କେତେକ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଣିପାଗ ଅନୁକୂଳ ରହିଛି ।
ଏଥିସହ ପଢ଼ନ୍ତୁ: ତାତିରୁ ମିଳିବ ମୁକ୍ତି: ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସତର୍କତା ଜାରି
ଆଉ ୩ ଦିନ ଗରମ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଉ ୩ ଦିନ ଗରମ ଓ ଗୁଳୁଗୁଳି ପାଗ ଲାଗି ରହିବ । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଅପରାହ୍ଣ କିମ୍ବା ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷା ହୋଇପାରେ ।
ବଜ୍ରପାତ ପାଇଁ ଅରେଞ୍ଜ ଆଲର୍ଟ
ରବିବାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ କାଳବୈଶାଖୀ ନେଇ ଅରେଞ୍ଜ ଆଲର୍ଟ ଦିଆ ଯାଇଛି ।
ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ ।
ଉଷ୍ମ ରାତି ଓ ଗରମ
ସୋମବାର ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜନିତ ଉଷ୍ମ ରାତ୍ରି ସ୍ଥିତି ଅନୁଭୂତ ହୋଇପାରେ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ,ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ପାଣିପାଗ ବିଭାଗ ଅନୁସାରେ, ଜୁନ୍ ୭ ଓ ୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories