Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଅର୍ଗସ ବ୍ୟୁରୋ : ଫେରିଯିବ ମୌସୁମୀ । ଓଡିଶାରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ଫେରିବା ନେଇ ପାଗ ଅନୁକୂଳ । ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର ରୁ ସଂପୂର୍ଣ୍ଣ ଫେରିଯିବ ମୌସୁମୀ । ମହାରାଷ୍ଟ୍ର, ଛତିଶଗଡ଼ର କିଛି ଅଞ୍ଚଳ ସମେତ ଓଡିଶା, ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ।

ଅଧିକ ପଢନ୍ତୁ : ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଲା ବାତ୍ୟା ମିଲଟନ

ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ରହିଛି । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ । କେରଳ ଛୁଇଁବା ର ୮ ଦିନ ପରେ ଓଡିଶାରେ କରିଥିଲା ପ୍ରବେଶ । ଓଡିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ବଡ ବର୍ଷା ନଥିବାରୁ ଫେରିଯିବ ମୌସୁମୀ । ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Southwest Monsoon will return from Odisha | Argus News