Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9

Rashmita Mishra
Browse all articles by Rashmita Mishra
·1 year ago·1 min read
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9

ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇଂ ଷ୍ଟାରଲାଇନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ଗତ ୬ ଜୁନ ୨୦୨୪ରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସିରହିଛନ୍ତି ସୁନୀତା ୱିଲିୟମ୍‌ସ ଓ ତାଙ୍କ ସହଯୋଗୀ
ଦୀର୍ଘ ଦିନ ଧରି ମହାକାଶରେ ଫସି ରହିଥିବା ମହାକାଶଚାରୀ ସୁନୀତାଙ୍କୁ ଫେରାଇ ଆଣିବା ପାଇଁ କ୍ରୁ-୯ ଅଭିଯାନ ଆରମ୍ଭ ହୋଇଛି। ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ସେଣ୍ଟରରୁ ନାସାରା କ୍ରୁ-୯ ସଫଳତାର ସହ ଉତ୍‌କ୍ଷେପଣ ହୋଇଥିବା ନେଇ ସୂଚନା ଦେଇଛି ନାସା । ଆସନ୍ତା ୩୦ ତାରିଖରେ ରତୀୟ ସମୟ ଭୋର ୩ଟା ସମୟରେ ଏହି ଯାନ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନରେ ଓହ୍ଲାଇବ । 

ନାସା ମହାକାଶଚାରୀ ନିକ୍‌ ହେଗ୍‌ ଏହି ମିଶନର ନେତୃତ୍ୱ ନେଉଥିବାବେଳେ ରୁଷିଆର ରସ୍କୋସ୍‌ମୋସ୍‌ ମହାକାଶଚାରୀ ଆଲେକସାନ୍ଦ୍ର ଗୋର୍ବୁନୋଭ ମିଶନ ସ୍ପେଶାଲିଷ୍ଟ ଭାବେ ତାଙ୍କୁ ସହଯୋଗ କରିବେ। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍‌ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍‌ ମଧ୍ୟ ଡ୍ରାଗନ୍‌ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ତେବେ କ୍ରୁ- ୯ ଆସିବା ପୂର୍ବରୁ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ କ୍ରୁ-୮ କ୍ରାଡଗ୍ କ୍ୟାପସୁଲ ବ୍ୟବହାର କରାଯିବ ବୋଲି କହିଛି ନାସା ।

ଅଧିକ ପଢ଼ନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SpaceX Crew-9 was launched | Argus News