Videos
|
Odisha

'ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶୀଘ୍ର ବସିବ ସ୍ଵତନ୍ତ୍ର ମ୍ୟାନେଜିଂ କମିଟି ବୈଠକ'

Smruti Parija
Browse all articles by Smruti Parija
·2 years ago·1 min read
'ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶୀଘ୍ର ବସିବ ସ୍ଵତନ୍ତ୍ର ମ୍ୟାନେଜିଂ କମିଟି ବୈଠକ'

ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପ୍ରତିକ୍ରିୟା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଖୁବ୍ ଶୀଘ୍ର ବସିବ ସ୍ଵତନ୍ତ୍ର ମ୍ୟାନେଜିଂ କମିଟି ବୈଠକ । ଏନେଇ ଗଠିତ ହେବ ସ୍ବତନ୍ତ୍ର କମିଟି । ସମସ୍ତ ଷ୍ଟେକ୍ ହୋଲ୍ଡର୍ ଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ରେଗୁଲେଟ କରାଯାଇପାରିବ ପଦକ୍ଷେପ ନିଆଯିବ । 

'ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା'

ପଣ୍ଡା ଦ୍ଵାର ଖୋଲିବା , ଜଗମୋହନ ତଳୁ ଅବରୋଧ ହଟିବା , ଆନନ୍ଦ ବଜାର ପଟୁ ବାଇଶି ପାହାଚ କୁ ପ୍ରସ୍ଥାନ ଗେଟ୍ ଖୋଲିବା ଉପରେ ହୋଇପାରେ ଆଲୋଚନା । ସେପଟେ ପୁରୀ ଏସପି ମଧ୍ୟ ଏ ବାବଦରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଚାରି ଦିନ ଛୁଟି ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ଭିଡ ବଢ଼ିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି ।

ଏନେଇ ବ୍ୟାପକ ପୋଲିସ ମୁତୟନ ସହ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଆହୁରି ଶୃଙ୍ଖଳିତ ହେବାକୁ କିଛିଦିନ ସମୟ ଲାଗିବ । ଛୁଟି ଦିନ ମାନଙ୍କରେ ଅହେତୁକ ଭିଡ ଯୋଗୁଁ ଭକ୍ତ ମାନଙ୍କୁ ଧର୍ଯ୍ୟ ଓ ସଂଜମତା ରକ୍ଷା କରିବାକୁ ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...