Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OTET Exam: ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ OTET, ଦୁଇଟି ସିଟିଂରେ ହେବ ପରୀକ୍ଷା

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
OTET Exam: ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ OTET, ଦୁଇଟି ସିଟିଂରେ ହେବ ପରୀକ୍ଷା

Key Points

ସେପ୍ଟେମ୍ବର ୨୭ ତାରିଖରେ ହେବ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ପରୀକ୍ଷା । ୧୭ ତାରିଖରୁ ଓ୍ବେବସାଇଟରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ ।

ଆସନ୍ତା ୨୭ରେ ହେବ ସ୍ପେଶାଲ ଓଟିଇଟି ପରୀକ୍ଷା । ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ ଦିନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ । ସ୍ପେଶାଲ ଓଟିଇଟି ପାଇଁ ଆସନ୍ତା ୧୭ ତାରିଖରୁ ଓ୍ବେବସାଇଟରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ । ତେବେ ପରୀକ୍ଷା କେନ୍ଦ୍ର ବଦଳି ନଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।


ସୂଚନା ଅନୁସାରେ, ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍‌ କାରଣରୁ ବାତିଲ ହୋଇଥିଲା । ଆଉ ଏହାର ତଦନ୍ତ କ୍ରମେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହାସହ ଅଗଷ୍ଟ ୩୧ରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପୁଣି ଏହାକୁ ବାତିଲ କରାଯାଇଥିଲା । ଆଉ ଏବେ ସେପ୍ଟେମ୍ବର ୨୭ ତାରିଖରେ ପରୀକ୍ଷା କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special OTET 2025 on September 27 in Two Shifts | Argus News