Videos
|
Odisha

ନିର୍ମଳାଙ୍କ ବଜେଟରେ ଓଡ଼ିଶା ପାଇଁ ବିଶେଷ ବ୍ୟବସ୍ଥା

Ritu Das
Browse all articles by Ritu Das
·2 years ago·1 min read
ନିର୍ମଳାଙ୍କ ବଜେଟରେ ଓଡ଼ିଶା ପାଇଁ ବିଶେଷ ବ୍ୟବସ୍ଥା

ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ ଫୋକସରେ ଓଡ଼ିଶା। ବିଶ୍ବସ୍ତରୀୟ ହେବ ଓଡ଼ିଶାର ପର୍ଯ୍ୟଟନ। ସୁନ୍ଦର ପ୍ରାକୃତିକ ସ୍ଥଳୀ, ମନ୍ଦିର, ପ୍ରାଚୀନ କୀର୍ତ୍ତିରାଜି, ଅଭୟାରଣ୍ୟ ଓ ବିସ୍ତୀର୍ଣ୍ଣ ବେଳାଭୂମି ଯୋଗୁଁ ଓଡ଼ିଶାରେ ରହିଛି ପର୍ଯ୍ୟଟନର ଅପାର ସୁଯୋଗ। ଏଣୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସ୍ବତନ୍ତ୍ର ଅନୁଦାନ ଦେବେ ମୋଦି ସରକାର । ଏ ନେଇ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। 

ଓଡ଼ିଶା ସମେତ ପୁରା ପୂର୍ବାଞ୍ଚଳର ବିକାଶ ପାଇଁ କେନ୍ଦ୍ର ବଜେଟରେ ହୋଇଛି ଏକ ସ୍ବତନ୍ତ୍ର ଓ ବଡ଼ ଯୋଜନାର ଘୋଷଣା। ପୂର୍ବାଞ୍ଚଳର ବିକାଶ ପାଇଁ ପୂର୍ବୋଦୟ ନାଁରେ ନୂଆ ଯୋଜନାର ଶୁଭାରମ୍ଭ କରିବେ ମୋଦି ସରକାର। ଏହି ଯୋଜନାରେ ସାମିଲ ହେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶା। ମାନବ ସମ୍ବଳ ବିକାଶ, ଭିତ୍ତିଭୂମିରେ ଉନ୍ନତି ସହ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ମିଶନ ପୂର୍ବୋଦୟ। ଅର୍ଥମନ୍ତ୍ରୀ କହିଛନ୍ତି ଏହା ପାଲଟିବ ବିକଶିତ ଭାରତର ଇଞ୍ଜିନ। 

ମିଶନ ପୂର୍ବୋଦୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏମିତି ଏକ ଯୋଜନା କରି ପୂର୍ବାଞ୍ଚଳର ବିକାଶ ପାଇଁ ମଜବୁତ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା ପରେ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟର ବିକାଶ ଦ୍ରୁତ ଗତିରେ ଆଗେଇବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ପର୍ଯ୍ୟଟନମନ୍ତ୍ରୀ ପ୍ରଭାତୀ ପରିଡ଼ା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Special provision | Argus News