Videos
|
Odisha

ସଧବା ମହିଳାଙ୍କୁ ବିଧବା କହି ମିଛ ପ୍ରଚାର କରୁଛନ୍ତି ସରକାର

Banajyotshna Ray
Browse all articles by Banajyotshna Ray
·2 years ago
ସଧବା ମହିଳାଙ୍କୁ ବିଧବା କହି ମିଛ ପ୍ରଚାର କରୁଛନ୍ତି ସରକାର

ଅର୍ଗସ ବ୍ୟୁରୋ:  ପ୍ରଚାର ସର୍ବସ୍ୱ ସରକାରରେ ସୀମା ଟପୁଛି ମିଛ ପ୍ରଚାର। ବରଗଡ଼ ଅମ୍ବାଭୋନାରେ ଧରାପଡିଛି BSKY କାର୍ଡକୁ ନେଇ 24 ବର୍ଷ ସ୍ଥିର ସରକାରଙ୍କ ମିଛ। ଆମ ଓଡିଶା ନବୀନ ଓଡିଶା ବୁକଲେଟରେ ପ୍ରକାଶିତ ଏହି ପୋଷ୍ଟରେ ଲେଖାଅଛି ତେଜକୁଅଁର ପଟେଲ ଜଣେ ବିଧବା ମହିଳା। ବିଏସକେୱାଇ କାର୍ଡ ଥିବାରୁ ସେ ସୁସ୍ଥ ହୋଇପାରିଥିଲେ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ବୁଲକେଟରେ ଧନ୍ୟବାଦ ଜଣାଇଛନ୍ତି ତେଜକୁଅଁର। କିନ୍ତୁ ପ୍ରକୃତରେ ତାଙ୍କ ସ୍ୱାମୀ ଜୀବୀତ ଅଛନ୍ତି। ସେ ଜଣେ ସଧବା ମହିଳା।

ସ୍ୱାମୀଙ୍କର ପାରାଲିସିସ୍ ହୋଇଥିବାରୁ ସେ ତାଙ୍କର ସେବଯତ୍ନ କରନ୍ତି। ତାଙ୍କ ନାଁରେ ଏଭଳି ମିଛ ପ୍ରଚାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତେଜକୁଅଁର। ଏଭଳି ସାଂଘତିକ ତ୍ରୁଟି ପାଇଁ କିଏ ଦାୟୀ। ମିଛ ପ୍ରଚାର ପାଇଁ ଜଣେ ସଧବାଙ୍କୁ ବିଧବା ସଜାଇବାକୁ ବି ପଛଘୁଞ୍ଚା ଦେଲେ ନି ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Spreading lies is crossing the line | Argus News