Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନ 11 ଟାରୁ 3 ଟା ବାହାରକୁ ବାହାରିବାକୁ ମନା

Smruti Parija
Browse all articles by Smruti Parija
·2 years ago
ଦିନ 11 ଟାରୁ 3 ଟା ବାହାରକୁ ବାହାରିବାକୁ ମନା

ଭୁବନେଶ୍ୱର:  ଆସନ୍ତା 3 ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ସ୍ବତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ନିୟମିତ ବୃଦ୍ଧି ପାଉଛି ତାପମାତ୍ରା । ରାଜ୍ୟର ପଶ୍ଚିମାଞ୍ଚଳ ଓ ମଧ୍ୟାଞ୍ଚଳରେ ହିଟଓ୍ବେଭ ଜାରି ରହିବ ।  କାଲି ଝାରସୁଗୁଡ଼ାରେ ତାପମାତ୍ରା 47 ଡିଗ୍ରୀ ଥିଲା । ପିକ୍ ଆଓ୍ବାରରେ କାମ କରିବାକୁ ମନା କରାଯାଇଛି । 

ଦିନ 11 ଟାରୁ 3 ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ମନା କରାଯାଇଛି । ଏଥିରେ ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।  ଏଥିପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଉଛି । ଅତି ଜରୁରୀ ନଥିଲେ ପଦାକୁ ବାହାରନ୍ତୁ ନାହିଁ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ଗୁଳୁଗୁଳି ଜାରି ରହିବା ନେଇ ସୂଚନା ଦିଆଯାଇଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SRC issues advisory as IMD predicted heatwave situation for next 5 days in Odisha | Argus News