Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଖେଳ ଖେଳୁଛି ବିଜେଡ଼ି

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଖେଳ ଖେଳୁଛି ବିଜେଡ଼ି

ଅର୍ଗସ ବ୍ୟୁରୋ : ଅର୍ପଣ ରଥ ବୁଲିବା ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା ଥିଲା । ଏବଂ ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ମହାପାପ କରିଛନ୍ତି ରାଜ୍ୟ ସରକାର । ସେଥି ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛି । ତେଣୁ ଏ ସମସ୍ତ ବିଭ୍ରାଟ ପାଇଁ ଏକମାତ୍ର ରାଜ୍ୟ ସରକାର ହିଁ ଦାୟୀ । ଉକ୍ତ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରି ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ରାଜ୍ୟପାଳ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳର ନେତା ମୋହନ ମାଝୀ ।

ଶ୍ରୀ ମାଝୀ କହିଛନ୍ତି, ଭକ୍ତଙ୍କ ବିଶ୍ୱାସ ଉପରେ କୁଠାରାଘାତ କରିବା ବିଜେଡ଼ି ସରକାର ଅଭ୍ୟାସ । ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିବାରେ ମାହିର ରାଜ୍ୟ ସରକାର । ପରିକ୍ରମା ପ୍ରକଳ୍ପ ସମୟରେ ଶାସକ ବିଜୁ ଜନତା ଦଳ ତରଫରୁ ଯେଉଁଭଳି ଭାବରେ ‘ବାରମିଶା’ ଚାଉଳ ସଂଗ୍ରହ କରାଗଲା, ତାକୁ ନେଇ ଜଗନ୍ନାଥଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଥିଲା । ସେହିପରି ନୀତି ଅନୁଯାୟୀ ମନ୍ଦିରରେ ସଂଗୃହିତ ‘ବାରମିଶା’ ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ ଏବଂ ଏଥି ପାଇଁ କେବଳ ଗୋଟି ଚାଉଳ ବ୍ୟବହାର କରାଯାଏ ବୋଲି ଶ୍ରୀମନ୍ଦିର ସେବାୟତମାନେ କହିଥିଲେ । ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଯାଇ ହଜାର ହଜାର ବର୍ଷର ଶ୍ରୀମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି, ଅର୍ପଣ ଯାତ୍ରାବେଳେ ଦାନରେ ମିଳିଥିବା ଟଙ୍କା, ସୁନା, ରୁପା, ଗହଣା ଗଲା କୁଆଡେ ? ସରକାରୀ ଆୟୋଜନରେ କରାଯାଇଥିବା ଅର୍ପଣ ଯାତ୍ରାରେ ସଂଗୃହିତ ହୋଇଥିବା ଅର୍ଥ ପାଇଁ କାହିଁକି ରସିଦ୍ ବ୍ୟବସ୍ଥା କରାଗଲା ନାହିଁ ? ସେହିପରି ନିକଟ ଅତୀତରେ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ତାଙ୍କ ଦ୍ୱାରା ମହାପ୍ରସାଦର ସ୍ୱାଦକୁ ଜନପ୍ରିୟ କରାଯିବାର ଏକ ହୀନ ପ୍ରୟାସ ମଧ୍ୟ ପଦାକୁ ଆସିଛି । ଯାହା ଅଗଣିତ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା ଦେଇଛି । ଶ୍ରୀମନ୍ଦିର ଇତିହାସରେ ଏଭଳି କୁକର୍ମ ନା କେବେ ହେଇଥିଲା ନା ଓଡ଼ିଶାର ଲୋକ କେବେ ଏଭଳି ଦୁଃଖଦ ଖବର ଦେଖିଥିଲେ । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛୁ ବୋଲି ଶ୍ରୀ ମାଝୀ କହିଛନ୍ତି । 

Sponsored
Sri jagannath parikrama prakalpa issue | Argus News