SriMandir Viral Photo / ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ
·7 months ago·2 min read

Key Points
ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ
ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ
ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ

ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଆଶୀର୍ବାଦ945 ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତର ଫଟୋକୁ ଭାଇରାଲ କରିଛନ୍ତି । ରତ୍ନ ସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହୋଇଛି । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା ଉପରେ କଟକଣା ରହିଛି । ଏଥିପାଇଁ ଭକ୍ତଙ୍କୁ ସଚେତନ କରିବା ଲାଗି ଚାରିଦ୍ୱାରରେ ସୂଚନା ଫଳକ ମଧ୍ୟ ଲଗାଯାଇଛି । ଏମିତିକି ମଝିରେ ମଝିରେ ଡାକବାଜି ଯନ୍ତ୍ର ଯୋଗେ ମଧ୍ୟ ମୋବାଇଲ ନେବାକୁ ବାରଣ କରାଯାଉଛି । ଚାରିଦ୍ୱାରରେ ପୋଲିସ ମୋବାଇଲ ଫୋନ୍ ଯାଞ୍ଚ କରି ଭକ୍ତଙ୍କୁ ଭିତରକୁ ଛାଡୁଛି । ଏହାସତ୍ତ୍ବେ ଭିତରକୁ ମୋବାଇଲ ଯାଉଛି କିପରି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ସେପ୍ଟେମ୍ବର ୧୯ରେ ମଧ୍ୟ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହୋଇଥିଲା । ଶୁଭ୍ରାଂଶୁ ନାମକ ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଭାଇରାଲ୍ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଗତ ଅଗଷ୍ଟ ମାସରେ ମଧ୍ୟ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଫଟୋ ଉଠାଇଥିଲେ କିଛି ଯୁବକ । ଯାହା ପରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା ।
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, କଠୋର ଦଣ୍ଡ ବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । ଯେଉଁମାନେ ଦୁର୍ବୃତ୍ତ ହେବା ପାଇଁ ଚେଷ୍ଟା କରିବେ ସେଥିରେ କିଛି କରାଯାଇପାରିବ ନାହିଁ । ବାରମ୍ବାର ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯିବା ପରେ କିଛି ଲୋକ ଅମାନିଆ ହୋଇ ବାରମ୍ବାର ଏଭଳି କରୁଛନ୍ତି । ସେଥିପାଇଁ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଉଛି । ଆଉ ଯେଉଁମାନେ ଏଭଳି କରୁଛନ୍ତି, ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁନାହାନ୍ତି । କେବଳ ଡ୍ରାମା କରିବାକୁ ଆସୁଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଚଳାଇବାକୁ ଆସୁଛନ୍ତି । ତେଣୁ ଏଭଳି ବ୍ୟକ୍ତିମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେଇ କେମିତି ବନ୍ଦ କରାଯିବ ସେ ବାବଦରେ ଆଲୋଚନା ହୋଇଛି । ପୁରୁଣା ଆଇନରେ ଅନେକ ଗୁଡ଼ିଏ ଦଣ୍ଡ ବିଧନର ପ୍ରାବଧାନ ଅଛି । ସେଥିରେ କିଛିଟା ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି । ମନ୍ଦିର ଭିତରେ ଫଟୋ ଉଠା, ମୋବାଇଲ, ଚଷମା କ୍ୟାମେରା ଇତ୍ୟାଦି ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରକ୍ରିୟା ଚାଲିଛି । ଯାହାକି ପୁରୁଣା ଆଇନରେ ନଥିଲା ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories