Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିବ ରତ୍ନଭଣ୍ଡାର !

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖୋଲିବ ରତ୍ନଭଣ୍ଡାର !

ଅର୍ଗସ ବ୍ୟୁରୋ: ବାରମ୍ବାର ରତ୍ନଭଣ୍ଡାର ଖବର ଅର୍ଗସ ନ୍ୟୁଜରେ ପ୍ରସାରଣ ପରେ ଦୀର୍ଘ 46 ବର୍ଷ ପରେ ଦୁର୍ମୂଲ୍ୟ ସୁନା ଅଳଙ୍କାର ଗଣତି ପାଇଁ  ସରକାରଙ୍କ ଚେତା ପଶିଛି । 1978 ମସିହାରେ ଶେଷଥର ପାଇଁ ରତ୍ନ ଅଳଙ୍କାର ଗଣତିମଣତି ହୋଇଥିବା ବେଳେ ଶେଷରେ ହାଇକୋର୍ଟଙ୍କ ଛାଟରେ ଚେପା ହୋଇଛନ୍ତି ରାଜ୍ୟ ସରକାର। ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ପରିଚାଳନା କମିଟିର ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ 8 ମାସ ସମୟ ଲାଗିଥିବାବେଳେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ତଦାରଖ କମିଟି ଗଠନ ହୋଇଛି। ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବ ।

ସେଥିପାଇଁ ଆଜି ତଦାରଖ କମିଟିର ଅଧକ୍ଷ ଅରିଜିତ୍ ପଶାୟତ ଦିନ 11ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିନ 2ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତିମଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧକ୍ଷଙ୍କ ସହିତ 12 ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିର ତିନିଜଣ ସଦସ୍ୟ, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡକ୍ଟର ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଗଜପତି ମହାରାଜାଙ୍କ ପ୍ରତିନିଧି, ASI ଅଧିକାରୀ, ଭଣ୍ଡାର ମେକାପ ଶ୍ରୀଯୁକ୍ତ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିରେ ସ୍ଥାନ ପାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sri Mandir Ratna Bhandar To Open Soon | Argus News